Pratidin TV

Odisha's Digital News Platform

ଫୁଟବଲ ମ୍ୟାଚ୍‌ରେ ମହାଭାରତ , ଅକାଳରେ ଚାଲିଗଲା ୧୨୦ ଜୀବନ

1 min read

ନୂଆଦିଲ୍ଲୀ : ସାଧାରଣତ କ୍ରିଡାପ୍ରେମୀ ମାନେ ନିଜ ନିଜ ରୁଚି ଅନୁଯାୟୀ ଭିନ୍ନ ଭିନ୍ନ ଖେଳରେ ନିଜର ରୁଚି ରଖିଥାନ୍ତିି । କେହି କ୍ରିକେଟ ପ୍ରତି ନିଜ ଆଗ୍ରହତା ଦେଖାଇଥିବା ବେଳେ କେହି ହକି , ସେହିଭଳି କେହି ଭଲିବଲ୍ ଏବଂ ଆଉ କେହି ଫୁଟବଲ୍ । ତେବେ ଦର୍ଶକ/କ୍ରିଡାପ୍ରେମୀ ମାନେ ନିଜ ନିଜ ଖେଳକୁ ନେଇ ବେଶ୍ ସିରୟଶ୍ ମଧ୍ୟ ଥାନ୍ତି । ଏନେଇ ବେଳେ ବେଳେ ଭିନ୍ନ ଭିନ୍ନ ଦଳକୁ ସପୋର୍ଟ କରି ପ୍ରଶଂସକମାନଙ୍କ ମଧ୍ୟରେ ହିଂସା ମଧ୍ୟ ଦେଖାଦେଇଥାଏ । ଯେପରି ଝିମିଟି/ପସା ଖେଳରୁ ମହାଭାରତ ଆରମ୍ଭ ହୋଇଥିଲା । ମହାଭାରତ ଯୁଦ୍ଧ ସିନ ଶେଷ ହୋଇଯାଇଥିଲା କିନ୍ତୁ ଶେଷକୁ ଅନେକ ଉଭୟ ପରିବାରର ଅନେକ ଆତ୍ମୀୟଙ୍କ ପ୍ରାଣ ଯାଇଥିଲା ସେଥିରେ । ଠିକ୍ ସେହିଭଳି ଏକ ହୃଦୟବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଫୁଟବଲ ମ୍ୟାଚରେ ପ୍ରାୟ ୧୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା। କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ। ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ।

Advertisement

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିସହ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାପରେ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ପୁଲିସକର୍ମୀ ମଧ୍ୟ ଥିବା ଜଣାପଡିଛି।

ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ମୃତଦେହ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି। ଷ୍ଟାଡିୟମରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହକ ପାଇଁ ଫୁଟବଲ୍ ଲିଗକୁ ବାତିଲ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *