Pratidin TV

Odisha's Digital News Platform

(ଭିଡିଓ)ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଉନ୍ମତ କାଣ୍ଡ : ଜେଏନୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି ଆକ୍ରମଣ ..

1 min read

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସମ୍ବିଧାନ ଚର୍ଚ୍ଚା ସଭା ଉପରେ ସଂଘୀ ଗୁଣ୍ଡା ବାହିନୀଙ୍କ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ରବିବାର ମଧ୍ୟହ୍ନରେ ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପି ଜି କାଉନସିଲ ଅଡ଼ିଟୋରିୟମ ଠାରେ ” ସମ୍ବିଧାନ ଏବଂ ଶିକ୍ଷା” ସମ୍ପର୍କ ରେ ଆଲୋଚନା ସଭା ଚାଲିଥିଲା ।

ଅତିଥି ହୋଇ ଆସିଥିବା ଜେ ଏନ ୟୁ ର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ସମ୍ବିଧାନ ବିରୋଧୀ ସଂଘୀ କର୍ମୀ ମାନେ ଆରମ୍ଭ କରିଥିଲେ ଉନ୍ମତ କାଣ୍ଡ । ବକ୍ତବ୍ୟରେ ଉପସ୍ଥାପିତ କିଛି ମନ୍ତ୍ରବ୍ୟକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା। ଫୋରମ ର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କଲେ । ଘଟନାଟି ଯେତେବେଳେ ନିୟନ୍ତ୍ରଣ ବାହାରକୁ ଗଲା ,ପରିଶେଷରେ ବାଧ୍ୟ ହୋଇ ସେମିନାର କୁ ବନ୍ଦ କଲେ lBB ।

Advertisement

Leave a Reply

Your email address will not be published. Required fields are marked *