ପୁରୁଣା ପୋଷ୍ଟ ପାଇଁ କଙ୍ଗନାଙ୍କୁ ଜୋରଦାର ବିରୋଧ,କାରଗେଟ ଉପରକୁ ହେଲା ପଥର ମାଡ଼
1 min readଅଭିନେତ୍ରୀରୁ ରାଜନେତ୍ରୀ ହୋଇ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି କଙ୍ଗନା ରନାୱତ | ତେବେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି | ହିମାଚଳ ପ୍ରଦେଶ ମଣ୍ଡିରୁ ପାର୍ଥୀ ହୋଇଥିବା କଙ୍ଗନା ରନାୱତ ସ୍ଥାନୀୟ ଲୋକ ଏବଂ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି | ତାଙ୍କ କାରଗେଟ ଉପରକୁ ମଧ୍ୟ ମାଡ଼ କରାଯାଇଥିବା ନେଇ ଅଭିଯୋଗ କରାଯାଇଛି | କଂଗ୍ରେସ କର୍ମୀଙ୍କ ସହ ମିଶି ସ୍ଥାନୀୟ ଲୋକ ସହ ମିଶି କଙ୍ଗନା ଗୋ ବ୍ୟାଙ୍କର ନାର ଦେଇଥିଲେ | କଙ୍ଗନା ଆମ ପାଇଁ କିଛି କାମ କରିପାରିବେ ନାହିଁ ବୋଲି ସେମାନେ ଦାବି କରିଛନ୍ତି |
ଗତ ବର୍ଷ ଏପ୍ରିଲ ମାସରେ ତିବତୀୟ ଧର୍ମ ଗୁରୁ ଦଲାୟାଲନାମଙ୍କ ସମ୍ପର୍କରେ କଙ୍ଗନା କରୁଥିବା ପୋଷ୍ଟ ପାଇଁ ତାଙ୍କୁ ଏବେ କାରଜା ଠାରେ ଜୋରଦାର ବିରୋଧ କରାଯାଇଛି | କଙ୍ଗନା ଗତବର୍ଷ ଦଲାୟାଲନାମଙ୍କ ଗୋଟେ ମିମସ କୁ ସେୟାର କରିଥିଲେ | ତେବେ ଏହି ଘଟଣା ପରେ ବୌଦ୍ଧ ଧର୍ମାଲମ୍ବି କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସ ବାହାରେ ବିକ୍ଷୋଭ କରିଥିଲେ | ବିବାଦ ବଢ଼ିବାରୁ କଙ୍ଗନାଙ୍କୁ କ୍ଷମା ମାଗିବାକୁ ପଡିଥିଲା | ତେଣୁ ବର୍ତ୍ତମାନ ଉକ୍ତ ପ୍ରସଙ୍ଗକୁ ନେଇ ପୁଣି ଅଡୁଆରେ ଫସିଯାଇଛନ୍ତ୍ତି କଙ୍ଗନା | ଏନେଇ ତାଙ୍କୁ ବିରୋଧ ସହ କାରଗେଟ ଉପରେ ପଥରରେ ଆକ୍ରମଣ ହୋଥିଲା |