Pratidin TV

Odisha's Digital News Platform

(ଭିଡିଓ)ବରକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ବରଯାତ୍ରୀ : ଚିକିତ୍ସିତ ରୋଗୀଙ୍କ ସହ ପଡିଲା ହାତଗଣ୍ଠି ….

1 min read

ମଧ୍ୟପ୍ରଦେଶ : ଆପଣ ନିଶ୍ଚିତ ଭାବରେ ବଡ ହୋଟେଲରେ ବିବାହ ଦେଖିଥିବେ । କିନ୍ତୁ ଯଦି କେହି ବରଯାତ୍ରୀ ନେଇ ଡାକ୍ତରଖାନାରେ ପହଂଚନ୍ତି, ତେବେ ଆପଣ ଏହାକୁ ବିଶ୍ୱାସ କରିବେ ! ମଧ୍ୟପ୍ରଦେଶର ଖଣ୍ଡୱାରେ ମଧ୍ୟ ଏଭଳି ଘଟଣା ଘଟିଛି । ଯେଉଁଠାରେ ବରଯାତ୍ରୀ କନିଆଁଙ୍କ ଘର କିମ୍ବା ହୋଟେଲକୁ ନୁହେଁ ବରଂ ଡାକ୍ତରଖାନାକୁ ଆସିଥିଲା । ଦୁର୍ଘଟଣା ପରେ କନିଆଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ମଧ୍ୟ ବର ତାଙ୍କୁ ଠିକ୍ ସମୟରେ ବିବାହ କରିଥିଲେ । ଏଥିପାଇଁ ଡାକ୍ତରଖାନାରେ ଏକ ମଣ୍ଡପ ସଜାଯାଇଥିଲା ଏବଂ ପୁରୋହିତଙ୍କ ଉପସ୍ଥିତିରେ ମନ୍ତ୍ର ପାଠ କରାଯାଇଥିଲା । ମହାଶିବରାତ୍ରୀଙ୍କ ଦିନ ଘଟିଥିବା ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Advertisement

ଏହି ଦୃଶ୍ୟ ଖଣ୍ଡୱାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା, ଯାହା ସାଧାରଣ ବିବାହଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଯାହାର ଚିତ୍ର ହେଉଛି ଭାଇରାଲ । ଝିଅଟିର ନାମ ଶିବାନୀ, ଯିଏ ଫେବୃଆରୀ ୧୬ ରେ ଖଣ୍ଡୱାଡାର ଦୋଦ ତାଲାଇରେ ବିବାହ କରିବାକୁ ଯାଉଥିଲେ । ବିବାହ ପୂର୍ବରୁ ସେ ତାଙ୍କ ମାମୁଁଙ୍କ ଘରକୁ ଆସିଥିଲେ, ଯେଉଁଠାରେ ବିବାହର ୩ ଦିନ ପୂର୍ବରୁ ସେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଝିଅଟିର ଡାହାଣ ହାତ ଓ ଗୋଡ ଭାଙ୍ଗି ଯାଇଥିଲା, ପରେ ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି ବିବାହ ୧୬ ତାରିଖ ଦିନ ହୋଇନଥିଲା, କିନ୍ତୁ ଉଜୈନ ନିବାସୀ ବର ରାଜେନ୍ଦ୍ର ଶିବରାତ୍ରୀ ଦିନ ବରଯାତ୍ରୀ ନେଇ ନର୍ସିଂହୋମରେ ପହଂଚି ସେଠାରେ କନିଆଁକୁ ବିବାହ କରିଥିଲେ ।

ବିବାହ ସମୟରେ ସମସ୍ତ ରୀତିନୀତି କରାଯାଇଥିଲା । ନିଜେ ହସ୍ପିଟାଲରେ ବର ଏବଂ କନିଆଁ ମନ୍ତ୍ର ଜପ କରିବା ସହିତ ସାତଫେରା ନେଇଥିଲେ । କେବଳ ଏତିକି ନୁହେଁ କନିୃାଁ ମୁଣ୍ଡରେ ସିନ୍ଦୁର ଦେବା ସହ ବର ବରମାଳା ପିନ୍ଧାଇଥିଲେ । ବିବାହର ସମସ୍ତ ରୀତିନୀତି ହସ୍ପିଟାଲରେ ସମ୍ପନ୍ନ ହୋଇଥିଲା ଏବଂ ହସ୍ପିଟାଲର କର୍ମଚାରୀ ଏବଂ ଏଥିରେ ଅଳ୍ପ ଅତିଥି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *