Pratidin TV

Odisha's Digital News Platform

ଖୁବ୍ ଶୀଘ୍ର ଆସିବ ଫିଲ୍ମ ଶୋଲେ-୨ ! ହିଣ୍ଟସ୍ ଦେଲେ କ୍ରିକେଟର ,ଭାଇରାଲ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ପୋଷ୍ଟ ..

1 min read

ନୂଆଦିଲ୍ଲୀ : କ୍ରିକେଟ ଛାଡି ବଲିଉଡ୍‌ରେ ଏଣ୍ଟ୍ରି ମାରିବେ କି କ୍ରିକେଟ ଜଗତର ଜୟ ଓ ଭୀରୁ ! ଜୟ ଅର୍ଥାତ୍ ଏମଏସ ଧୋନ ଓ ଭୀରୁ ଅର୍ଥାତ୍ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ସୁପରହିଟ୍ ଫିଲ୍ମ ଶୋଲେର ଚାପର୍ଟର-୨ ରେ ନଜର ଆସିପାରନ୍ତି । ଅମିତାଭ ଓ ଧମେନ୍ଦ୍ରଙ୍କ ସୁପରହିଟ୍ ଯୋଡିକୁ ଆଉ ଥରେ ଦେଖିବାକୁ ପାଇବେ ଦର୍ଶକ ।

କଣ କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛିକି । ନିକଟରେ କ୍ରିକେଟ ଜଗତର ମହାନାୟକ ମହେନ୍ଦ୍ର ସିଂ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଫଟୋ ସମସସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି । ଯେଉଁ ଫଟୋଟି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ସେଥିରେ ନିଜ ନିଜ ମତ ରଖି କଳ୍ପନା ଜଳ୍ପନା ଚଲାଇଛନ୍ତି । ହ ଆଜ୍ଞା ଏକଥା ଆମେ କହୁନୁ । ନିଜେ ହାର୍ଦ୍ଧିକ ପାଣ୍ଡ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଛି ।

Advertisement

ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଧୋନିଙ୍କ ସହ ଶୋଲେ ଫିଲ୍ମର ବାଇକଧରି ଜୟ ଭୀରୁଙ୍କ ପୋଜ୍ ଦେଇ ଫଟୋ ପୋଷ୍ଟ କରିଛନ୍ତି । ତାସହ ସହ କ୍ୟାପସନରେ ହାର୍ଦ୍ଦିକ ଲେଖିଛନ୍ତି, ‘ଶୋଲେ-୨ ଶୀଘ୍ର ଆସିବ’।ତେବେ ଦୁହିଁଙ୍କ ଏପରି ପୋଷ୍ଟ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛିା କ୍ରିକେଟ ଜଗତରୁ ଆରମ୍ଭ କରି ବଲିଉଡ୍ ଯାଏ ସଭୁଠି ଚାଲିଛି ଏହି ଫଟୋର ଚର୍ଚ୍ଚା । କିନ୍ତୁ ବର୍ତ୍ତମାନ ଯାଏ ବଲିଉଡ୍‌ରୁ ଏମିତି କିଛି ନିର୍ଦ୍ଦିଷ୍ଟ ଖବର ନମିଳିଥିବାରୁ । ଏହା ହାର୍ଦ୍ଦିକ ଓ ଧୋନିଙ୍କର ଏକ ମଜଳିଆ ଫୋଷ୍ଟ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *