Pratidin TV

Odisha's Digital News Platform

ପ୍ରେରଣା ସାଜିଲେ ମସରୁମ୍ ଗର୍ଲ ଦିବ୍ୟା , ୨୩ ବର୍ଷ ବୟସରେ ସାଜିଲେ ବ୍ରାଣ୍ଡ ଆମ୍ବାସଡର

1 min read

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର କୃଷି ଓ କୃଷକଙ୍କ ମଧ୍ୟରେ ଦିବ୍ୟା ରାବତ ଏକ ଜଣାଶୁଣା ନାମ । ଲୋକେ ତାଙ୍କୁ ମସରୁମ ଗାର୍ଲ ନାଁରେ ଜାଣନ୍ତି । ୨୦୧୬ରେ ତାଙ୍କୁ ନାରୀ ଶକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉତ୍ତରାଖଣ୍ଡରେ ଛତୁ ଚାଷ ପାଇଁ ସେ ୨୩ ବର୍ଷ ବୟସରେ ପାଲଟିଛନ୍ତି ବ୍ରାଣ୍ଡ ଆମ୍ବାସଡର ।

ଶିକ୍ଷା ଶେଷରେ ନିଯୁକ୍ତି ପାଇଁ ଅଧିକାଂଶ ଯୁବା ପ୍ରସ୍ତୁତ ହେଉଥିବା ବେଳେ ଦିବ୍ୟା ନିଜର ଛୋଟ ଏକ ଘରୁ ଆରମ୍ଭ କରିଥିଲେ ଛତୁ ଚାଷ । ପ୍ରଥମ ଦିନରୁ ଏଥିପାଇଁ ତାଙ୍କର ଆଗ୍ରହ ଓ ନିଷ୍ଠା ଥିବାରୁ ସାମାନ୍ୟ ପ୍ରତିବନ୍ଧକ ସତ୍ୱେ ସଫଳତା ତାଙ୍କ ହାତ ମୁଠାକୁ ଆସିଥିଲା । କ୍ରମଶଃ ତାଙ୍କର ଶଯ୍ୟା ସଂଖ୍ୟା ବଢ଼ୁଥିଲା ଓ ଆଖପାଖର କୃଷକ ମାନଙ୍କୁ ପ୍ରେରଣା ଦେଉଥିଲା ତାଙ୍କର ଛତୁ ଫାର୍ମ।

Advertisement

ପାହାଡି କନ୍ୟା ଦିବ୍ୟା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ହଜାର ଚାଷୀଙ୍କୁ ପ୍ରଶିକ୍ଷିତ କରିବା ସହିତ ପଡୋଶୀ ରାଜ୍ୟର ଚାଷୀଙ୍କ ପାଇଁ ଦେଇଛନ୍ତି ମାର୍ଗଦର୍ଶନ । ନୋଏଡାରେ ସୋସିଆଲ ୱାର୍କ ଏବଂ ଦିଲ୍ଲୀରେ ହ୍ୟୁମାନ ରାଇଟସରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ଏହି ମସରୁମ ଲେଡି ଅଫ ଉତ୍ତରାଖଣ୍ଡ ଏବେ ଛତୁଚାଷ ,ମଞ୍ଜି ଉତ୍ପାଦନ ,ପ୍ରଶିକ୍ଷଣ ,ଛତୁର ପ୍ରକ୍ରିୟାକରଣ ଓ ମୂଳ୍ୟଯୋଗ କରି ବାର୍ଷିକ ଏକ କୋଟି ଟଙ୍କାର ରୋଜଗାର କରିପାରୁଛନ୍ତି । ତାଙ୍କର ସହପାଠୀ ମାନଙ୍କ ମଧ୍ୟରୁ ସେ ସର୍ବାଧିକ ରୋଜଗାର କରୁଥିବା ବେଳେ ଶତାଧିକ ମହିଳାଙ୍କୁ ନିଜ ଉଦ୍ୟୋଗରେ ନିୟୋଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *