Pratidin TV

Odisha's Digital News Platform

(ଭିଡିଓ)କ’ଣ ହୁଏ ଯେତେବେଳେ ହଠାତ୍ ମଝି ଆକାଶରେ ବିମାନର ମୁଖ୍ୟ ଫାଟକ ଖୋଲିଯାଏ , ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ..

1 min read

ନୂଆଦିଲ୍ଲୀ : ନେପାଳରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରଠାରୁ , ବିମାନରେ ସୁରକ୍ଷିତ ଯାତ୍ରାକୁ ନେଇ ଚିନ୍ତା ବଢିଯାଇଛି । ନିକଟରେ ଭାରତରେ ଜଣେ ବିଜେପି ସାଂସଦ ବିମାନରେ ଯାତ୍ରା କରୁଥିବା ସମୟରେ , ବିମାନର ଏମରଜେନ୍ସି ଫାଟକ ଖୋଲିଦେଇଥିଲେ । ତେବେ ସ୍ୱଭାଗ୍ୟ ବସତଃ ବିମାନଟିକୁ ବହୁତ୍ ଜଲ୍‌ଦି କାବୁ କରାଯାଇ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା । ଠିକ୍ ସେହିଭଳି ବର୍ତ୍ତମାନ ଋଷ୍‌ରୁ ଏକ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକ ଦେଖିବାକୁ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି ।

ନିକଟରେ ମଝି ଆକାଶରେ ଋଷ୍‌ର ଏକ ବିମାନର ପଛ ଫାଟକ ଖୋଲିଯାଇଥିଲା । ଯାହର ଭିଡିଓ ବର୍ତ୍ତମାନ ସୋସିଅଲ ମିଡିଆରେ ଘୂରୁିବୁଲୁଛି । ସୂଚନାଯୋଗ୍ୟ ଯେ ୧୦ ଜାନୁଆରୀ ୨୦୨୩ ରେ ଋଷ୍‌ର ସକ୍ସଇରକ୍ସକ୍ଟ ବିମାନ ଇଘ-୨୬ ମାଇନସ୍ ୪୧ ଡିଗ୍ରୀ ତାପମାତ୍ରା ରେ ସାଇବେରିଆରର ମାଗନ୍ ରୁ ମାଗଡାନ୍ ପାଇଁ ଯାତ୍ରା ଆରମ୍ଭ କରିଥିଲା । ଯାତ୍ରା ଆରମ୍ଭର କିଛି ସମୟ ବାଦ୍ ବିମାନଟି ଯେତେବେଳେ ମଝିଆକାଶରେ ପହଞ୍ଚିଥିଲା । ଠିକ୍ ସେହି ସମୟରେ ହଠାତ୍ ବିମାନର କବାଟ୍‌ଟି ଖୋଲିଯାଇଥିଲା । ଏହାପରେ ବିମାନଟି ହଲିବା ସହ କବାଟ୍ ପଟେ ଯାତ୍ରୀମାନଙ୍କର ବ୍ୟାଗ୍ /ଜିନିଷ ଗୁଡିକ ଆକଶରୁ ଖସିବାକୁ ଲାଗିଥିଲା ।

Advertisement

ଆକାଶମାର୍ଗରେ ବିମାନର ବେଗସହ ବଢୁଥିବା ଚାପ ଫଳରେ ପବନ ଗୁଡିକ ସୁଁସୁଁ କରି ବିମାନ ଭିତରେ ପଶିଯାଇଥିଲା । ଘଟଣାଟି ଏମିତି ଥିଲା କି କେଉଁ ସମୟରେ କିଛି ବି ହୋଇପାରେ । ବିମାନରେ ୬ ଜଣ କ୍ରୁ ମେମ୍ବରଙ୍କ ସହ ୨୫ ଜଣ ଯାତ୍ରୀ ଥିବା ଜଣାପଡିଥିଲା । ପାଇଲଟ୍ ମାନେ ନିଜର ଉପଯୁକ୍ତ ବୁଦ୍ଧି ଖଟାଇ ବିମାନଟିକୁ ଉଡାଣ ଭରିଥିବା ଜାଗାକୁ ବୁଲାଇଥିଲେ ଏବଂ ସଫଳତାର ସହ ଲ୍ୟାଣ୍ଡିଂ ମଧ୍ୟ କରାଇଦେଇଥିଲେ । ଯଦି ଉପଯୁକ୍ତ ସମୟରେ ପାଇଲଟ୍ ଜଣଙ୍କ ଏପରି କରିନଥାନ୍ତେ ତେବେ ବିମାନଟି ମଝି ଆକାଶରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା । ଏବଂ ସମସ୍ତ ଯାତ୍ରୀଙ୍କ ସହ କ୍ରୁମେମ୍ବର ମାନଙ୍କର ଜୀବନ ମଧ୍ୟ ଯାଇଥାନ୍ତି । ଯେହେତୁ ବିମାନଟି ଉଡାଣଭରିବାର ଅଳ୍ପ ସମୟ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଇଲଟ୍ ଜାଣିପାରିଥିଲେ ଯେ ଯଦି ସେ ୟୁ ଟର୍ଣ୍ଣ ମାରନ୍ତି ତେବେ ଯାଇ ବିମାନ ଶୀଘ୍ର ଲ୍ୟାଣ୍ଡିଂ କରିପାରିବ ଏବଂ ସମସ୍ତଙ୍କର ଜୀବନ ବଞ୍ଚିପାରିବ । ଯାହା ବାସ୍ତାବରେ ସମ୍ଭବ ହୋଇଥିଲା । ମରଣର ନିକଟତର ହୋଇମଧ୍ୟ ତାକୁ ମାତ୍ ଦେଇ ଦେଇଥିଲେ ପାଇଲଟ୍ । ଏସବୁ ଦୃଶ୍ୟକୁ ଜଣେ ପାସେଞ୍ଜର ନିଜ ମୋବଇଲ ଫୋନରେ ରେକଡିଂ କରିଥିଲେ ଯାହା ପରବର୍ତ୍ତି ସମୟରେ ଭାଇରାଲ ହେବାରେ ଲାଗିଥିଲା ।

ହଠାତ୍ ମଝି ଆକାଶରେ କାହିଁକି ଖୋଲିଯାଏ ବିମାନର ଫାଟକ – ଯେତେବେଳେ ଏକ ବିମାନ ଉଡିଥାଏ । ଏହାର ଫାଟକ ହାଇଡ୍ରୋଲିକ୍ ଚାପ /ଉଚ୍ଚ ଚାପ ସହିତ ବନ୍ଦ ହୋଇଯାଏ । କିନ୍ତୁ ବିମାନ କ୍ୟାବିନର ଚାପ ସମୁଦ୍ରପୃଷ୍ଠରେ ଥିବା ବାୟୁ ଚାପଠାରୁ କମ୍ , ତେଣୁ ବିମାନ ଦ୍ୱାରରେ ପ୍ରେସର ଲକ୍ ହୋଇଯାଏ , ଏହା ଉଚ୍ଚତାକୁ ଯିବାପରେ ହିଁ କାର୍ଯ୍ୟ ଆରମ୍ଭ କରିଥାଏ । ଏହି କାରଣରୁ ବେଳେ ବେଳେ ବିମାନର କବାଟ ବାୟୁରେ ଖୋଲିଯାଇଥାଏ ।

ଯେତେବେଳେ ଘଣ୍ଟାପ୍ରତି ଶହ ଶହ ମାଇଲ ବେଗରେ ଉଡୁଥିବା ବିମାନର ଫାଟକ ହଜାର ଫୁଟ୍ ଉପରେ ଆକାଶରେ ଖୋଲିଯାଏ । ସେତେବେଳେ ବିମାନ ମଦ୍ୟକୁ ବେଗର ଚାପ ପ୍ରଭାବରେ ପବନ ପଶିବାକୁ ଆରମ୍ଭ କରେ । ଏହା ଭିତରେ ବିମାନ ଭିତରେ ଜୋରରେ ଶବ୍ଦ ହୋଇଥାଏ ,ଥଣ୍ଡା ମଧ୍ୟ ବଢିଥାଏ । ବିମାନ ଭିତରେ ଚାପ ବଢିବା ଆରମ୍ଭ କରେ ଯାହା ଫଳରେ ପାଇଲଟ୍‌କୁ ବାଧ୍ୟ ହୋଇ ଜରୁରୀ କାଳୀନ ପରିସ୍ଥତି ଘୋଷଣା କରନ୍ତି । ଏହାପରେ କ୍ରୁ ମେମ୍ବରମାନେ ମିଶି ବିମାନର ଚାପ ହ୍ରାସ ଚାପ କରିବାକୁ ଚେଷ୍ଟା କରନ୍ତି । ଏହାପରେ ଜରୁରୀକାଳୀନ ଲ୍ୟାଣ୍ଡିଂ ହୋଇଥାଏ । ତେବେ ବିମାନରେ ଏକ ଏପରି ବ୍ୟବସ୍ଥା ରିବା ନିହାତି ଦରକାର ଯାହା ଫଳରେ ଯଦି କେବେ ହଠାତ୍ ବିମାନର ଫାଟକ ଖୋଲିଯାଏ । ତେବେ ବିମାନର ବେଗକୁ କମାନଯାଇ ସୁରକ୍ଷାର ସହ ତାକୁ ଲ୍ୟାଣ୍ଡିଂ କରିଯାଇପାରନ୍ତା ।

Leave a Reply

Your email address will not be published. Required fields are marked *