ତ୍ରିରଙ୍ଗାର ସମ୍ମାନ ରକ୍ଷା କଲା କୁନି ପକ୍ଷୀ , ଥଣ୍ଟରେ ଗଣ୍ଠି ଖୋଲି ଉଡାଇଦେଲା ଜାତୀୟ ପତାକା .,
1 min readଭାରତର ୭୮ ତମ ସ୍ୱାଧୀନତା ଦିଭସରେ ସାମ୍ନାକୁ ଆସିଲା ଏକ ଚତ୍ମକାର ଭିଡିଓ । ଯାହାକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ଚକିତ ହୋଇଯିବ । ନିକଟରେ କେରଳରୁ ସ୍ୱାଧୀନତା ଦିବସରେ ପତକା ଉତ୍ତୋଳନ ସମୟରେ କେରଳରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଲୋକମାନେ ଉପସ୍ଥିତ ଥିବା ସତ୍ତ୍ୱେ ପକ୍ଷୀଟି ଜାତୀୟ ପତାକା ଉଡାଉଥିବାର ନଜର ଆସିଛି ।
କେରଳର ଏକ ସ୍ଥାନରେ ପତକା ଉତ୍ତୋଳନ ସମୟରେ ପତକାରେ ପଡିଥିବା ଗଣ୍ଠି ଉପରକୁ ଯାଇ ଅଟକି ଯାଇଥିଲା । ତଳେ ଥିବା ଲୋକମାନେ ଅନେକ ଚେଷ୍ଟା କରିଥିବା ବେଳେ ମଧ୍ୟ ପତକାଟି ଉଡିନଥିଲା । ଠିକ୍ ସେହି ସମୟରେ କେଉଁଠୁ ଏକ କୁନି ପକ୍ଷୀ ଆସି ନିଜ ଥଣ୍ଟରେ ପତକାର ଗଣ୍ଠି ଖୋଲିଦେଇ ଥିଲା ଫଳରେ ପତକାଟି ପବନରେ ଫୁର ଫୁର ହୋଇ ଉଡିଥିଲା ।
ଆଉ ଗୋଟେ ପକ୍ଷୀର ଏଭଳି କାର୍ଯ୍ୟ ଦେଖି ସେଠାରେ ସଭିଏଁ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କିନ୍ତୁ ପରେ ତାର ଏପରି କାର୍ଯ୍ୟ ପାଇଁ ତାଳି ମାରି ଉତ୍ସାହିତ କରିଥିଲେ । କୁହ।ଯାଏ ପକ୍ଷୀଟିଏ ଆଜାଦିର ବା ସ୍ୱାଧୀନତ ପ୍ରତୀକ । ସେ ସର୍ବଦା ନିଜ ବଳରେ ନିଜ ସ୍ୱାଧୀନତାରେ ଉଡିବାକୁ ଭଲପାଏ ।