Pratidin TV

Odisha's Digital News Platform

(video) ଟଙ୍କା ପାଇଁ ବ୍ୟାଙ୍କରେ ପଶି ଲାଇନ୍ ଲଗାଇଲା ଷଣ୍ଢ ….

1 min read

ନୂଆଦିଲ୍ଲୀ ; ମଣିଷ ନୁହଁ ଟଙ୍କା ପାଇଁ ବ୍ୟାଙ୍କରେ ଲାଇନ୍ ଲଗାଇଛି ଷଣ୍ଢ । ଯାହା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାକୁ ଲାଗିଛି । ଏଭଳି ଏକ ଘଟଣା ଜନ ସାଧାରନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି । ଉତ୍ତରପ୍ରଦେଶର ଉନ୍ନାଓର ଶାହାଗଞ୍ଜ ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ବୁଧବାର ଦିନ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ୩୦ ସେକେଣ୍ଡର ଭିଡିଓ ବର୍ତ୍ତମାନ ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାରଣ ବ୍ୟାଙ୍କରେ ଟଙ୍କା ପାଇଁ କୌଣସି ମଣିଷ ନୁହଁ ବରଂ ଏକ ଷଣ୍ଢ ଲାଇନ୍ ଦେଇଛି ।

ସେହି ୩୦ ସେକେଣ୍ଡର ଭାଇରାଲ ହେଉଥିବା ଭିଡିଓରେ ଷଣ୍ଢଟି ବ୍ୟାଙ୍କ ଭିତରକୁ ଯାଇ ପ୍ରଥମେ ଏକ କୋଣରେ ଠିଆ ହୋଇଥିଲା । ତାକୁ ବ୍ୟାଙ୍କ ଥିବା ଲୋକମାନେ ଗୋଡାଇଥିଲେ ବି ସେ ଯାଇନଥିଲା । ଓଲଟା ଲୋକମାନଙ୍କ ସହ ବ୍ୟାଙ୍କ କର୍ମଚାରୀଙ୍କୁ ନାକେଦମ କରିଥିଲା । ଷଣ୍ଢଟି ଶେଷରେ ଲୋକମାନଙ୍କୁ ତଡି ନିଜେ ଟଙ୍କା ନେବା କାଉଣ୍ଟର ସାମ୍ନାରେ ରାଜ କରିଥିଲା । ଏଭଳି ଘଟଣା ଦେଖି ବ୍ୟାଙ୍କର ସିକ୍ୟୁରଟି ଏକ ଠେଙ୍ଗା ଆଣି ତାକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଷଣ୍ଢଟି ଆଦୈ ବ୍ୟାଙ୍କ ଛାଡି ଯାଇନଥିଲା । ବରଂ ବ୍ୟାଙ୍କ ଭିତରେ ନିଜର ରାଜୁତି ଦେଖାଇଥିଲା ।

Leave a Reply

Your email address will not be published. Required fields are marked *