Pratidin TV

Odisha's Digital News Platform

କର୍ପୋରେଟ୍ ଚାକିରୀ ଛାଡି ଭୁବନେଶ୍ୱରରେ ବନିଲେ ଜୋମାଟୋ ବୟ , ଚ୍ୟାଲେଞ୍ଜ ନେଇ ୯୦ ଦିନରେ କମେଇଦେଲେ ୧ ଲକ୍ଷ ।

1 min read

କର୍ପୋରେଟ୍ ଚାକିରୀ ଛାଡି ଭୁବନେଶ୍ୱରରେ ବନିଲେ ଜୋମାଟୋ ବୟ , ଚ୍ୟଲେଞ୍ଜ ନେଇ ୯୦ ଦିନରେ କମେଇଦେଲେ ୧ ଲକ୍ଷ ।

ଜଣେ ସାଧାରଣ ଯୁବକ ଭଳି ସେ ବି ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥିଲେ ଭୁବନେଶ୍ୱର । କାହାର ଇଛା ନଥାଏ ଟଙ୍କା ରୋଜଗାର କରି ଗୋଟେ ଭଲ ଜୀବନ ବଞ୍ଚିବାକୁ କିନ୍ତୁ ପରିସ୍ଥିତି ତ ମଣିଷ ଜୀବନ ସହ କିଛି ଅଲଗା ଖେଳ ଖେଳିଥାଏ ।
ଗଞ୍ଜାମ ସୋରଡା ବାଘଲିଙ୍ଗର ଅଞ୍ଚଳର ଯୁବକ ଦେବେନ୍ଦ୍ର ପରିଡା । ନିଜ ପରିଶ୍ରମ ବଳରେ ଆଜି ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଅନେକ ଡ୍ରିଗ୍ରୀ ଧରି ବୁଲୁଥିବା ଯୁବକଙ୍କ ପାଇଁ ପ୍ରେରଣା ବନିଛନ୍ତି । କିପରି ସେ କର୍ପୋରେଟ୍ ଚାକିରୀ ଛାଡି ୧୦୦ ଦିନର ଚ୍ୟାଲେଞ୍ଜ ନେଲେ ଆଉ ମାତ୍ର ୯୦ ଦିନରେ ୧ ଲକ୍ଷ କମେଇ ଦେଖାଇଦେଲେ । ହଁ ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ କହୁନୁ ବରଂ ଜୋମାଟୋବୟ ଦେବଙ୍କ ବାସ୍ତବ ଜୀବନ କଥା କହୁଛୁ ।

Advertisement

ଘରର ଆର୍ଥିକ ପରିସ୍ଥିତି ଦେଖି ଭୁବନେଶ୍ୱରକୁ ଟଙ୍କା ରୋଜଗାର କରିବାକୁ ଧାଇଁ ଆସିଥିଲେ । କିନ୍ତୁ ଏଠି ୮ ଘଣ୍ଟା ଖଟି ମଧ୍ୟ ମାସକୁ ୧୦ ହଜାର କମାଇବା ଆଉ ସେଥିରେ ପରିବାର ଚଳାଇବା ଖୁବ୍ କଷ୍ଟ । ତେଣୁ ସେ ପାର୍ଟ ଟାଇମ୍ ଭାବେ ଜୋମାଟୋ ରେ ଡେଲିଭରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ପାଖରେ ସାଇକେଲ କି ବାଇକ୍ ନଥିବାରୁ ସେ ଜୋମାଟୋ କାମ କରିବାରେ ଅସଫଳ ହୋଇଥିଲେ । ହେଲେ କୁହନ୍ତିନି ଯଦି ତୁମେ କିଛି ଜିନିଷକୁ ହୃଦୟରୁ ଚାହିଁବ ତେବେ ପୁରା ବିଶ୍ୱ ବ୍ରହ୍ମାଣ୍ଡ ତୁମକୁ ସାହାର୍ଯ୍ୟ କରିବାରେ ଲାଗିପଡିବେ । ଆଉ ଦେବ୍ ଙ୍କ ସହ ଠିକ୍ ସେୟା ହୋଇଥିଲା । ଦେବ ଯେଉଁଠି ଚାକିରୀ କରୁଥିଲେ ସେହି କମ୍ପାନୀର ମାଲିକ ବିବେଶ କୁମାର ତାଙ୍କ ପାଇଁ ଭଗବାନ ସାଜିଥିଲେ । ଦେବ ଯେତେବେଳେ ନିଜ ସମସ୍ୟା ତାଙ୍କୁ ଜଣାଇଥିଲେ ସେ ତୁରନ୍ତ ଦେବଙ୍କୁ ଏକ ବାଇକ୍ କିଣିଦେଇଥିଲେ । ଆଉ ଦେବଙ୍କ ସଂଘର୍ଷ ଏଇଠି ସରିନଥିଲା । ନିଜକୁ ଚ୍ୟାଲେଞ୍ଜ ଦେଇ ସେ ୧୦୦ ଦିନରେ ୧ଲକ୍ଷ କମାଇବାର ପ୍ରଣ ନେଇଥିଲେ । ଯାହା ତାଙ୍କ ଆଖିର ନିଦ ହଜାଇ ଦେଇଥିଲା ।

ଶେଷରେ ସେ କର୍ପୋରେଟ୍ ଚାକିରୀ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଜୋମାଟୋ ବୟ ବନି ଦିନକୁ ୧୨ ରୁ ୧୪ ଘଣ୍ଟା ଖାଦ୍ୟ ଡେଲିଭରି କରୁଥିଲେ । ଏମିତିକି ଅନେକ ଥର ସେ ରାତି ୩ ଟା ୪ ଟା ଯାଏଁ ନିଜ କଷ୍ଟମରଙ୍କ ପାଖରେ ଖାଦ୍ୟ ପହଞ୍ଚାଇଥିଲେ । ନିଜ କାମରେ ନିଷ୍ଟାପରତା ଆଉ କଠିନ ପରିଶ୍ରମ ଯୋଗୁ ଆଜି ଦେବ ମାତ୍ର ୯୦ ଦିନରେ ୧ ଲକ୍ଷ କମାଇ ଦେଖାଇଛନ୍ତି । ଯାହା ଆଜିର ଯୁବ ପିଢୀ ପାଇଁ ଏକ ବଡ ପ୍ରେରଣା ।

ଜୋମାଟୋରେ ନିଜର ମାସିକ ଇନକମ୍ ଦେଖାଇବା ପାଇଁ ଦେବ୍ ଆମକୁ ନିଜ ୟର୍ଣ୍ଣିଂର ସ୍କ୍ରିନସଟ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *