Pratidin TV

Odisha's Digital News Platform

ସାକିବଙ୍କୁ ଉପହାର ଦେଲେ ବିରାଟ, ଫଟୋ ଦେଖି ସମସ୍ତେ କଲେ ପ୍ରଶଂସା..

1 min read

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ୭ ୱିକେଟରେ ଜିତି ସିରିଜକୁ ୨-୦ରେ କ୍ଲିନ ସୁଇପ କରିଛି। ଏହି ଟେଷ୍ଟ ପୂର୍ବରୁ ବାଂଲାଦେଶର କିମ୍ବଦନ୍ତୀ କ୍ରିକେଟର ନିଜର ଅବସର ନେଇ ବଡ଼ ଘୋଷଣା କରିଥିଲେ। ମୀରପୁରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ପରେ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେବେ । କିନ୍ତୁ ଏଥିରେ ତାଙ୍କ ଯୋଗଦାନକୁ ନେଇ ସସପେନ୍ସ ରହିଛି। କାରଣ ବାଂଲାଦେଶରେ ଏବେ ରାଜନୀତିକ ଅସ୍ଥିରତା ଲାଗି ରହିଛି । ସାକିବଙ୍କ ନାଁରେ ମଧ୍ୟ ଏକାଧିକ ହତ୍ୟା ମାମଲା ରୁଜୁ ହୋଇଛି । ତେଣୁ ବାଂଲାଦେଶରେ ଖେଳିବା ସାକିବଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ ।

ଏହାର ଅର୍ଥ ଭାରତ ବିପକ୍ଷରେ ସାକିବ ସମ୍ଭବତଃ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ୍‌ ଖେଳିଛନ୍ତି । ଏଥିପାଇଁ ଆଜିର ମ୍ୟାଚ୍‌ ପରେ ବିରାଟ କୋହଲି ତାଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ସେ ନିଜର ବ୍ୟାଟରେ ଦସ୍ତଖତ କରି ସାକିବଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ମ୍ୟାଚ୍‌ ଜିତିବା ପରେ ବିରାଟ ସ୍ୱତନ୍ତ୍ର ଭାବେ ସାକିବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ତାଙ୍କ ସହ କଥା ହେବା ସହ ନିଜ ବ୍ୟାଟକୁ ଉପହାର ଆକାରରେ ଦେଇଥିଲେ। ଏହାକୁ ସୋଶାଲ ମିଡିଆରେ ଅନେକ ପ୍ରଶଂସା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *