ନିଜ ଦଶମ ଶ୍ରେଣୀ ମାର୍କସିଟ୍ ସେୟାର କଲେ ‘ବିରାଟ୍ କୋହଲି’..
1 min readନୂଆଦିଲ୍ଲୀ : ଦଶମ ଶ୍ରେଣୀ ମାର୍କସିଟ୍ ଶେୟାର କଲେ କୋହଲି । ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି । ତାଙ୍କ ଟିମ୍ ଆରସିବି ଏହାର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ । ଆଇପିଏଲରେ ସମସ୍ତ ଆରସିବି ପ୍ରଶଂସକ ବିରାଟ କୋହଲିଙ୍କ ବ୍ୟାଟରୁ ରନ ବର୍ଷାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ବିରାଟ କୋହଲି ଆରସିବି ପୋଡକାଷ୍ଟ ସମୟରେ ତାଙ୍କ ପୁରୁଣା ଦିନ ମନେ ପକାଇଛନ୍ତି ।
ବିରାଟ ତାଙ୍କ ଦଶମ ଶ୍ରେଣୀର ମାର୍କସିଟ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ବିରାଟଙ୍କ ମାର୍କସିଟ ରେ ମୋଟ ୬ଟି ବିଷୟ ଅଛି । କୋହଲି ଇଂରାଜୀରେ ୮୩, ହିନ୍ଦୀରେ ୭୫, ଗଣିତରେ ୫୧,ବିଜ୍ଞାନରେ ୫୫, ସାମାଜିକ ବିଜ୍ଞାନରେ ୮୧ ଏବଂ ଇନ୍ଟ୍ରୋଡକ୍ଟୋରି ଆଟିରେ ୭୪ରେ ରଖିଥିଲେ ।
ତେବେ ବିରାଟ ମାର୍କସିଟ୍ରେ ସ୍ପୋର୍ଟ ବୋଲି ଲେଖି ଏକ ପ୍ରଶ୍ନବାଚୀ ଦେଇଛନ୍ତି । ଅର୍ଥାତ ଖେଳରେ କେତେ ନମ୍ବର ପାଇବା ଉଚିତ ବୋଲି ସେ ପରୋକ୍ଷରେ ପ୍ରଶଂସକଙ୍କୁ ପଚାରିଛନ୍ତି । କ୍ରମାଗତ ୫ ବର୍ଷ ଧରି ବିରାଟ କୋହଲି ଦେଶର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ଥିଲେ, କିନ୍ତୁ ବର୍ତମାନ ସେ ଦ୍ୱିତୀୟ ନମ୍ବରକୁ ଖସି ଆସିଛନ୍ତି ।