ରନ ମେସିନ୍ ବିରାଟ ରେକର୍ଡ ଭାଙ୍ଗିଲେ,ସଚିନଙ୍କୁ ମୁଣ୍ଡିଆ ମାରିଲେ!
1 min readବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ । ବିଶ୍ୱକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କଲେ ବିରାଟ କୋହଲି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଏହି ଶତକ ହାସଲ ସହ ବିଶ୍ୱର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି କିଙ୍ଗ କୋହଲି । ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଚଳିତ ବିଶ୍ୱକପରେ ଅତିକ୍ରମ କରିସାରିଛନ୍ତି ବିରାଟ କୋହଲି । କ୍ୟାରିଅରର ୨୯୧ତମ ମ୍ୟାଚ୍ ତଥା ୨୭୯ତମ ଇନିଂସରେ ଏହି ବିଶ୍ୱ ରେକର୍ଡ କରିଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିଲେ ପ୍ରଥମ ଶତକ । ତେବେ ୫୦ଶତକ ହାସଲ କରିବା ପରେ ଷ୍ଟାଡିୟମରେ ଖେଳ ଦେଖୁଥିବା ସଚିନକୁ ଇସାରା କରିଥିଲେ ବିରାଟ । ସଚିନ ବେଶ ଖୁସିର ସହ ଉତ୍ସାହିତ କରିଥିବାବେଳେ ତାଙ୍କୁ ସଲାମ କରିଥିଲେ କୋହଲି । ତେବେ ସଚିନ ମଧ୍ୟ କରତାଳି ମାଧ୍ୟମରେ ବିରାଟଙ୍କ ଶତକୀୟ ରେକର୍ଡକୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ବିରାଟଙ୍କ ୫୦ତମ ଶତକ ପରେ ବଡ଼ ବୟାନ ଦେଇଥିଲେ ସଚିନ । ସେ କହିଛନ୍ତି ଯେ ତାଙ୍କ ରେକର୍ଡ ଜଣେ ଭାରତୀୟ ଭାଙ୍ଗିଥିବାରୁ ସେ ବହୁତ ଖୁସି ।
ଏଥିସହ ବିଶ୍ୱକପର ଗୋଟିଏ ବଡ଼ ମ୍ୟାଚ୍ରେ ଏପରି ଶତକ ଆସିଥିବାରୁ ଏହା ଆହୁରି ସ୍ୱତନ୍ତ୍ର ବୋଲି ସଚିନ ସୋସିଲ ମିଡିଆରେ ପୋଷ୍ଟ କରିଛନ୍ତି ।ଏଥିସହ ଡ୍ରେସିଂ ରୁମରେ ସେ ପ୍ରଥମଥର ବିରାଟଙ୍କୁ ଦେଖିବା ବେଳେ କେମିତି ସମସ୍ତଙ୍କ ସମ୍ମୁଖରେ ସେ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ, ସେକଥା ମଧ୍ୟ ସଚିନ କହିଛନ୍ତି ।