Pratidin TV

Odisha's Digital News Platform

ମୁକେଶ ଅମ୍ବାନୀଙ୍କ ଗର୍ବ ଭାଙ୍ଗିଲେ ବିରାଟ କୋହଲି

1 min read

ମୁକେଶଙ୍କ ସବୁ ଗର୍ବ ଭାଙ୍ଗିଦେଲେ ବିରାଟ କୋହଲି | ବିରାଟଙ୍କୁ କିଣିବା ପାଇଁ ମୁକେଶ ପାଖରେ ଟଙ୍କା ନାହିଁ |ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ସମ୍ପନ୍ନ ହୋଇଛି | କିନ୍ତୁ ଏହି ବିବାହ ସମାରୋହରେ ବିରାଟଙ୍କୁ ଦେଖିବାକୁ ମିଳିନଥିବା ବେଳେ ଏବେ ପ୍ରଶଂସକମାନେ ଏପରି କିଛି ଚର୍ଚ୍ଚା କରୁଛନ୍ତି |

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ଼, କ୍ରିକେଟ ଜଗତ ଠାରୁ ଆରମ୍ଭ କରି ପଲିଟିସିଆନ ପର୍ଯ୍ୟନ୍ତ ସମସ୍ତେ ଏହି ବିବାହରେ ଯୋଗ ଦେଇଥିଲେ | ଷ୍ଟେଜ ଉପରେ ପ୍ରୋଗ୍ରାମ କରିବା ପାଇଁ ଅନେକ ସେଲିବ୍ରିଟିଙ୍କ କୋଟି କୋଟି ଟଙ୍କା ଦିଆଯାଇଥିଲା | ଏମିତିକି ମହେନ୍ଦ୍ର ସିଂ ଧୋନି, କ୍ୟାପଟେନ କୋଚ ଗୌତମ ଗମ୍ଭୀର, ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ, ICC ଟି-ଟ୍ୱେଣ୍ଟି ୱାର୍ଲଡକପର ଫାଇନାଲ ହିରୋ ସୁଯ୍ୟ କୁମାର ଯାଦବ, ଆଦି ଅନେକ କ୍ରିକେଟର ନିଜ ପରିବାର ସହ ଅନନ୍ତ ଏବଂ ରାଧିକାଙ୍କ ବିବାହ ସମାରୋହରେ ଯୋଗ ଦେଇଥିଲେ |

କିନ୍ତୁ ଏହି ସମୟରେ ଦେହକିବାକୁ ମିଳିନଥିଲା ବିରାଟ କୋହଲି ଏବଂ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ | ତେବେ ଏମଏସ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା ଆଦି ବାଜା ବଜାଇ ଗୀତ-ଡ୍ୟାନ୍ସ କରୁଥିବା ବେଳେ ଅନ୍ୟପଟେ ବିରାଟ କୋହଲି ନିଜ ଖୁସିକୁ ଅଧିକ ଗୁରୁତ୍ଵ ଦେଇଛନ୍ତି | ସେ ଅନନ୍ତରର-ରାଧିକାଙ୍କ ବିବାହକୁ ନ ଆସି ଲଣ୍ଡନରେ ନିଜ ପରିବାର ସହ ଖୁସି ମନାଉଛନ୍ତି |

Leave a Reply

Your email address will not be published. Required fields are marked *