ସଚିନଙ୍କର ଆଉ ଏକ ରେକର୍ଡକୁ ଭାଙ୍ଗିଲେ କୋହଲି, ପ୍ରଥମ ଭାରତୀୟ କ୍ରିକେଟର ସାଜି ଖେଳିଳେ ଏତିକିଟି ବିଶ୍ୱକପ ସେମିଫାଇନାଲ..
1 min readଚଳିତ ବିଶ୍ୱକପରେ ବିରାଟ କୋହଲି ଅନେକ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଆଉ ତାଙ୍କର ଦମଦାର ବ୍ୟାଟିଂ ଆଗରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କିଛି ରେକର୍ଡ ନିଶ୍ଚିତ ଭାବରେ ଭାଙ୍ଗିଛି । ବିଶ୍ୱକପ ୨୦୨୩ ର ସେମିଫାଇନାଲ ମ୍ୟାଚରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ନାମ ଏକାଦଶରେ ଅନ୍ତର୍ଭୁକ୍ତ ହେବା ମାତ୍ରେ ସେ ସଚିନ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଥିଲେ । ୱାଙ୍ଖଡେରେ ଦୁଇ ଦଶନ୍ଧି ଧରି ଚାଲିଥିବା ଦିନିକିଆ କ୍ୟାରିୟରରେ ସଚିନ ଯାହା ହାସଲ କରିନାହାଁନ୍ତି ତାହା ବିରାଟ କୋହଲି ହାସଲ କରିଛନ୍ତି ।
ଏହାକୁ ବି ପଢନ୍ତୁ, https://www.pratidintv.com/why-shubam-gill-walked-off-retired-hurt-during-semifinal/
ଏବେ ଆମେ ଆପଣଙ୍କୁ କହିବୁ ବିରାଟ କୋହଲି କେଉଁ ରେକର୍ଡ କରିଛନ୍ତି?
ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ଯିଏକି ଦିନିକିଆ ବିଶ୍ୱକପରେ ଚାର ଚାରିଟିି ସେମିଫାଇନାଲ ଖେଳିଛନ୍ତି । ୨୦୧୧ ରେ ବିଶ୍ୱକପରେ ବିରାଟ କୋହଲି ତାଙ୍କର ପ୍ରଥମ ସେମିଫାଇନାଲ ଖେଳିଥିଲେ । ଟିମ୍ ଇଣ୍ଡିଆ ମଧ୍ୟ ଏହି ବିଶ୍ୱକପ୍ ଜିତିଥିଲା । ଏହା ପରେ ୨୦୧୫ ରେ ବିରାଟ ଅଷ୍ଟ୍ରେଲିଆରେ ଆୟୋଜିତ ବିଶ୍ୱକପରେ ସେମିଫାଇନାଲ ଖେଳିଥିଲେ । ୨୦୧୯ ରେ ବିରାଟ କୋହଲି ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ଭାରତରେ ଖେଳାଯାଉଥିବା ୨୦୨୩ ବିଶ୍ୱକପରେ ବିରାଟ କୋହଲି ପୁଣି ଥରେ ବିଶ୍ୱକପ ସେମିଫାଇନାଲ ଖେଳିବାର ଗୌରବ ଅର୍ଜନ କରିଛନ୍ତି ।
ସଚିନ କେତୋଟି ବିଶ୍ୱକପ ଖେଳିଥିଲେ:
ସଚିନ ତେନ୍ଦୁଲକର ତାଙ୍କର ୨୪ ବର୍ଷର କ୍ୟାରିୟରରେ ୬ ଟି ବିଶ୍ୱକପ୍ ଖେଳିଥିଲେ ଏବଂ ଏହି ସମୟ ମଧ୍ୟରେ ସେ ମାତ୍ର ତିନିଥର ସେମିଫାଇନାଲ ଖେଳିବାର ସୁଯୋଗ ପାଇଥିଲେ । ସଚିନ୍ ୧୯୯୬, ୨୦୦୩ ଏବଂ ୨୦୧୧ ବିଶ୍ୱକପ୍ ର ସେମିଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ । ଏବେ ବିରାଟ କୋହଲି ତାଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ବିରାଟ କୋହଲି ବିଶ୍ୱକପ ୨୦୨୩ ରେ ତାଙ୍କର ଆଉ ଏକ ରେକର୍ଡ ଭାଙ୍ଗି ପାରିବେ ।
ଜଣାନ୍ତୁ , କ୍ରିସ୍ ଗେଲଙ୍କୁ କାଟିଲେ ରୋହିତ୍ ; ୱାଙ୍ଖଡେ ଷ୍ଟାଡିୟମରେ ଛକା ବର୍ଷାଇ କାଟିଲେ କ୍ରିସ୍ ଗେଲଙ୍କ ରେକର୍ଡ
ଆଗକୁ ବିପଦରେ ରହିଛି ସଚିନଙ୍କ ଆଉ ଏକ ବିଶ୍ୱ ରେକର୍ଡ :
ସଚିନଙ୍କ ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ବିରାଟ ଟାର୍ଗେଟ କରିଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ୍ ସଂଗ୍ରହ କରିଥିଲେ । ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ଏହା ଯେକୌଣସି ବ୍ୟାଟ୍ସମ୍ୟାନ୍ଙ୍କ ସର୍ବୋତ୍ତମ ପ୍ରଦର୍ଶନ । ଏହି ବିଶ୍ୱକପ୍ରେ ବିରାଟ କୋହଲି ହାରାହାରି ୯୯ ରେ ୫୯୪ ରନ୍ ସଂଗ୍ରହ କରିଛନ୍ତି । ଅର୍ଥାତ୍ ବିରାଟ କୋହଲି ସଚିନଙ୍କୁ ପଛରେ ପକାଇବାର ସୁଯୋଗ ପୁଣିଥରେ ପାଇଛନ୍ତି ।