Pratidin TV

Odisha's Digital News Platform

ବିରାଟ ୯୦୦୦ ରନ୍ କ୍ଲବରେ ସାମିଲ, କଲେ ରେକର୍ଡ 

1 min read

virat kohli completes 9000 runs in test cricket.

ବେଙ୍ଗାଳୁରୁରେ ନୂଆ ରେକର୍ଡ କଲେ ବିରାଟ । ଟେଷ୍ଟରେ ମାରିଲେ ଚୌକଛକା । ବେଙ୍ଗାଳୁରୁରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୁରା କରିଛନ୍ତି ବିରାଟ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ମ୍ୟାଚର ତୃତୀୟ ଦିନରେ ୯ ହଜାର ରନ୍ ପୁରା କରିବା ସହ ବିରାଟ ୭୦ ରନ୍ ରେ ଆଉଟ୍ ହୋଇଛନ୍ତି । ଏହାସହ ଏହି ରେକର୍ଡ ହାସଲ କରିବାରେ ୪ର୍ଥ ଭାରତୀୟ କ୍ରିକେଟର ହୋଇଛନ୍ତି ବିରାଟ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୁନୀଲ ଗାଭାସ୍କର ଏହି ରେକର୍ଡର ଅଧିକାରୀ ହୋଇଥିଲେ । ନିଜର ୧୧୬ତମ ମ୍ୟାଚରେ ମୋଟ ୧୯୭ଟି ପାଳି ଖେଳି ୯ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ବିରାଟ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନ ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭାରତ ୧୨୫ ରନ୍ ପଛରେ ରହିଛି । ଏହା ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୬ ରନ୍ ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରି ୩୫୬ ରନ୍ ର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା । ଖେଳ ଶେଷ ହେବାବେଳକୁ ଭାରତ ୩ ୱିକେଟ ବିନିମୟରେ ୨୩୧ ରନ୍ କରିଛି । ଭାରତ ପକ୍ଷରୁ ଯଶସ୍ବି ଜୈଶୱାଲ ୩୫, ରୋହିତ ଶର୍ମା ୫୨, ବିରାଟ କୋହଲି ୭୦ ରନ୍ କରି ଆଉଟ୍ ହୋଇଥିବା ବେଳେ ସର୍ଫରାଜ ଖାନ୍ ୭୦ ରନ୍ କରି ଖେଳୁଛନ୍ତି । ତୃତୀୟ ଦିନର ଶେଷ ବଲ୍ ରେ ଆଉଟ୍ ହୋଇଥିଲେ କୋହଲି । ଟେଷ୍ଟର ଆହୁରି ଦୁଇ ଦିନ ଖେଳ ବାକି ଥିବାବେଳେ ଭାରତ ଏପର୍ଯ୍ୟନ୍ତ ସଂକଟରୁ ମୁକୁଳି ପାରିନାହିଁ।

Advertisement

Leave a Reply

Your email address will not be published. Required fields are marked *