Pratidin TV

Odisha's Digital News Platform

ଏହି କାରଣରୁ ଟି -୨୦ ବିଶ୍ବକପ୍ ପ୍ରାକ୍ଟିସ ମ୍ୟାଚ ଖେଳିବେନି ବିରାଟ କୋହଲି …

1 min read

ଟି -୨୦ ବିଶ୍ବକପ୍ ଖେଳିବାକୁ ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ଆମେରିକା ଗସ୍ତ କରିସାରିଛି। ହେଲେ ଏଯାଏଁ ବିରାଟ କୋହଲି ଦଳ ସହିତ ଆମେରିକା ଯାଇ ନାହାନ୍ତି । ସୂଚନାମିଳୁଛି ଯେ କୋହଲି ୩୦ ତାରିଖରେ ଆମେରିକା ଯିବେ ବୋଲି ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡ଼ିଛି। କୋହଲିଙ୍କ ଅନୁରୋଧ କ୍ରମେ ତାଙ୍କ ଭିସା ସାକ୍ଷାତକାରକୁ ବିସିସିଆଇ ବିଳମ୍ବ କରାଇଛି। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଛି କାଗଜପତ୍ର କାମ ରହିଯାଇଥିବାରୁ କୋହଲି ଆମେରିକା ଯାଇପାରି ନାହାନ୍ତି।

ତେବେ ମାସ ଶେଷ ବେଳକୁ ଆମେରିକା ଗଲେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ସେ ଖେଳିପାରିବେନି। ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ପ୍ରଥମ ପର୍ଯ୍ୟାୟ ଦଳ ଶନିବାର ରାତିରେ ଆମେରିକା ଗସ୍ତ କରିଛି। ଏମାନଙ୍କ ସହ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ଼, ଯଶପ୍ରୀତ୍ ବୁମ୍ରା, ସୂର୍ଯ୍ୟକୁମାର ୟାଦବ, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ସଂରକ୍ଷିତ ଖେଳାଳି ଶୁବମନ ଗିଲ୍, ଖଲିଲ୍ ଅହମଦ ଆମେରିକାରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *