Pratidin TV

Odisha's Digital News Platform

ମାଡ ଖାଇଲେ କୋହଲିଙ୍କ ଫ୍ୟାନ୍ , ଭିଡିଓ ହେଲା ଭାଇରାଲ

1 min read

ନିଜ ଫେବରେଟ୍ ଷ୍ଟାର ବା କ୍ରିକେଟରଙ୍କୁ ଦେଖିବା ଆଉ ତାଙ୍କୁ ପାଖରୁ ଛୁଇଁବା ଅନେକ ପ୍ରଶଂସକଙ୍କ ସ୍ୱପ୍ନ ଥାଏ । ବେଳେ ବେଳେ କିଛି ପ୍ରଶଂସକ ଅଧିକ ଭାବୁକ ହୋଇ ନିଜ ଷ୍ଟାର ବା ଆଇଡଲ୍ ମାନଙ୍କୁ ଆଖି ସାମ୍ନାରେ ଦେଖି ନିଜକୁ ସମ୍ଭାଳିପାରନ୍ତି ନାହିଁ । ଆଉ ସେହି ସମୟରେ ନିଜ ସୀମା ଡେଇଁ ଏଭଳିକିଛି କରିଥାନ୍ତି ଯାହାର ପରିଣାମ ତାଙ୍କୁ ମହଙ୍ଗା ପଡିଥାଏ ।

ନିକଟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲୋର୍ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କିଙ୍ଗ କୋହଲି ଧୂଆଁଦାର ବ୍ୟାଟିଂ କରି ଟିମ୍କୁ ସିଜିନ୍ର ପ୍ରଥମ ବିଜୟ ଦେଇଥିଲେ। କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

Advertisement

ଯୁବକ ଜଣକ ପଛରେ ସିକ୍ୟୁରିଟି ମଧ୍ୟ ଧାଇଁ ଆସି ତାଙ୍କୁ କାହୁ କରିଥିଲେ। ଏହାପରେ ତାଙ୍କୁ ଫିଲ୍ଡ ବାହାରକୁ ନେଇ ନିର୍ଧୁମ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କୁ ସିକ୍ୟୁରିଟି କର୍ତ୍ତୁପକ୍ଷ ମାନେ ବିଧା ଗୋଇଠା ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକ ଜଣକ ଫିଲ୍ଡରେ ଅଚାନକ ପଶି ଆସିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *