Pratidin TV

Odisha's Digital News Platform

କୋହଲିଙ୍କ ଆଖି ନାକରେ ଲାଗିଲା ଗଭୀର ଆଘାତ…

ବିଶ୍ୱକପର ପରାଜୟ ପରେ ବିରାଟଙ୍କ ଉପରକୁ ହୋଇଛି ଆଟାକ୍ । ଆଉ ଏହି ଆଟାକ୍ ରେ ଗୁରୁତର ହୋଇପଡିଛନ୍ତି ବିରାଟ । ତାଙ୍କ ଆଖି ନାକରେ ଗଭୀର ଆଘାତ ଲାଗିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବିରାଟଙ୍କ ପୋଷ୍ଟ ବୟାନ କରୁଛି ଅନେକ କିଛି । ବିରାଟ କୋହଲିଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚିତ୍ରରେ ବିରାଟ କୋହଲିଙ୍କ ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଥିବା ନଜର ଆସିଛି । ନାକରେ ବ୍ୟାଣ୍ଡେଜ୍ ବି ଲାଗିଛି । ସବୁଠୁ ବଡ କଥା ହେଉଛି ବିରାଟ କୋହଲି ନିଜେ ଏହି ଫଟୋକୁ ସେୟାର କରିଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ ବିରାଟ କୋହଲିଙ୍କ ପ୍ରଶଂସକମାନେ ଟେନସନରେ ଅଛନ୍ତି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ପ୍ରକୃତକେ କିଙ୍ଗ କୋହଲିଙ୍କ ସହ କଣ ଘଟିଛି ? ପ୍ରକୃତରେ, ଏହି ଚିତ୍ରରେ ଦେଖାଯାଇଥିବା ବିରାଟ ପ୍ରକୃତରେ ଆହତ ହୋଇନଥିଲେ । ସେ କୌଣସି ପ୍ରକାର ଆଘାତ ପାଇନାହାଁନ୍ତି । ତାଙ୍କ ମୁହଁରେ ଦେଖାଯାଉଥିବା କ୍ଷତଗୁଡ଼ିକ କେବଳ ମେକ୍ ଇନ୍ ଥିଲା । ବିରାଟ କେବଳ ଏକ ପେଡ୍ ପାର୍ଟନରସିପ୍ ପାଇଁ ଏହି ଫଟୋ ପୋଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *