Pratidin TV

Odisha's Digital News Platform

ବିରାଟ କୋହଲି ଆମର ଜ୍ୱାଇଁ…..କାହିଁକି ଏମିତି କହିଲେ ଶାହରୁଖ ?

1 min read

ଚାଲିଛି IPL ମ୍ୟାଚ | ସେଥି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ଶାହରୁଖ କହିଲେ କିଛି ଏପରି | ଯାହାଙ୍କୁ ଶୁଣି ଫ୍ୟାନ୍ସ ହେଲେ ଖୁସି | ବିରାଟ କୋହଲିଙ୍କୁ ଆମ ଜ୍ୱାଇଁ ବୋଲି ସମ୍ବର୍ଦ୍ଧନା କଲେ କିଙ୍ଗ ଖାନ ଶାହରୁଖ ଖାନ | IPL ଦଳ କୋଲକାତା ନାଇଟ ରାଇଡର ତଥା ବଲିଉଡ ଅଭିନେତା ଶାହରୁଖ ଖାନ ବିରାଟ କୋହଲିଙ୍କ ଉପରେ ରଖିଛନ୍ତି ମତଦାନ | କୋହଲିଙ୍କ ପ୍ରଶଂସା କରିଛନ୍ତି ଶାହରୁଖ |

ବିରାଟଙ୍କ ବିଷୟରେ ଶାହରୁଖ କହିଥିଲେ କି ମୁଁ ବିରାଟଙ୍କୁ ବହୁତ ଭଲ ପାଏ | ଆମୀ କହୁଚବୁ ବିରାଟ ହେଉଛନ୍ତି ବଲିଉଡର ଜ୍ୱାଇଁ | ତେଣୁ ମୁଁ ବିରାଟ କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଭଲ ଭାବରେ ଜାଣିଛି | ଏହାକୁ ଶୁଣିବା ପରେ ବିରାଟଙ୍କ ଫ୍ୟାନ୍ସ ଅଧିକ ଖୁସି ହୋଇଯାଇଛନ୍ତି |

Advertisement

ଶାହାରୁଖ ଖାନ କହିଥିଲେ ଯେ ମୁଁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ବହୁତ ଦିନରୁ ଜାଣିଛି, ମୁଁ ଉଭୟଙ୍କ ସହ ବହୁତ ସମୟ ଅତିବାହିତ କରିଛି। ବାସ୍ତବରେ ଶାହାରୁଖ ଖାନ ଷ୍ଟାର ସ୍ପୋର୍ଟସ ସହିତ କଥା ହେଉଥିବା ସମୟରେ କହିଥିଲେ । ଶାହାରୁଖ ଖାନ କହିଥିଲେ ଯେ ତାଙ୍କ ଡେଟିଂ ଚାଲିଥିବା ସମୟରୁ ମୁଁ ତାଙ୍କୁ ଜାଣିଛି ଏବଂ ସେ ସେ ସମୟରେ ମୁଁ ଅନୁଷ୍କାଙ୍କ ସହ ଫିଲ୍ମର ସୁଟିଂ କରୁଥିଲି। ତେଣୁ, ସେ ଆମ ସହିତ ଅନେକ ଦିନ ବିତାଇଥିଲୁ | ଏଥିସହ ସେ ଥଟ୍ଟା କରି କହିଥିଲେ ଯେ ମୁଁ ତାଙ୍କୁ ପଠାନ ଫିଲ୍ମର ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି |

Leave a Reply

Your email address will not be published. Required fields are marked *