Pratidin TV

Odisha's Digital News Platform

ନିଜର ସେଞ୍ଚୁରି କରିବା ଲୋଭରେ ବିରାଟ ହୋଇଗଲେ ସ୍ୱାର୍ଥପର,ଏଭଳି କାହିଁକି କହିଲେ ପୂର୍ବତନ କ୍ରିକେଟର

ରବିବାର ଖେଳାଯାଇଥିବା ବିଶ୍ୱକପ ୨୦୨୩ରେ କ୍ୟାରିୟର ୪୯ତମ ଦିନିକିଆରେ ଶତକ ହାସଲ କରି ସାରିଛନ୍ତି ବିରାଟ କୋହଲି । ଏଥିସହ ସଚିନ ତେନ୍ଦୁଲକରଙ୍କ ମହାନ ରେକର୍ଡକୁ ସମାନ କରିଛନ୍ତି । ଯାହାକୁ ଭାରତୀୟ କ୍ରିକେଟରର ଭଗବାନ କୁହାଯାଏ । ଗତକାଲିର ମ୍ୟାଚରେ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୯ ବଲରେ ଏହି ଶତକ କରିଥିଲେ । ଏଥିରେ ସାରା ଭାରତ ଖୁସିଥିବା ବେଳେ କିଛି ଲୋକ ତାଙ୍କୁ କଟାକ୍ଷ କରିଛନ୍ତି । ସେମାନେ ବିରାଟକୁ ଜାଣିଶୁଣି ମନ୍ଥର ଗତିରେ ଖେଳୁଥିବା କହିବା ସହ ସ୍ୱାର୍ଥପର ବୋଲି ମଧ୍ୟ କହିଛନ୍ତି ।

ଆହୁରି କହିଥିଲେ ଯେ ସେ କେବଳ ନିଜର ଶତକ ପାଇଁ ମ୍ୟାଚ ଖେଳୁଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ବିରାଟଙ୍କୁ କଟାକ୍ଷ କରିଥିବା ଲୋକଙ୍କ ଭିତରେ ଜଣେ ଖେଳାଳୀଙ୍କ ନାଁ ମଧ୍ୟ ରହିଛି । ଯିଏ ବିରାଟଙ୍କୁ ସ୍ୱାର୍ଥପର ବୋଲି କହିଛନ୍ତି । ଆଜ୍ଞା ହଁ ବିରାଟଙ୍କ ଶତକ ପରେ ଭାରତର ପୂର୍ବତନ ବୋଲର ଭେଙ୍କଟେଶ ପ୍ରସାଦ ବିରାଟଙ୍କ ସପକ୍ଷରେ ବାହାରିଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି ।

ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ହଁ କୋହଲି ସଠିକ ଉପାୟରେ ହେଉଛନ୍ତି ଜଣେ ସ୍ୱାର୍ଥପର,ଯଦି ଏକ ବିଲିୟନ ଲୋକଙ୍କସ୍ୱପ୍ନ ପୂରଣ କରିବା ପାଇଁ ବିରାଟ ଏତେ ଧୀରେ ଖେଳିବେ ସ୍ୱାର୍ଥ ଅଟେ ସେ ଏହା କରିଛନ୍ତି ସେଥିପାଇଁ ସେ ସ୍ୱାର୍ଥପର,ସେ ଏତେ ସ୍ୱାର୍ଥୀ ଯେ ସବୁକିଛି ହାସଲ କରିବା ପରେ ମଧ୍ୟ ସେ ପ୍ରତ୍ୟକ ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯୁବକମାନଙ୍କ ପାଇଁ ଆଦର୍ଶ ଏବଂ ମାନଦଣ୍ଡ ପ୍ରତିଷ୍ଠା କରୁଥିବା ବିରାଟ ପ୍ରକୃତରେ ସ୍ପାର୍ଥପର ।

Leave a Reply

Your email address will not be published. Required fields are marked *