ଶେଷ ଟି-ଟୋଣ୍ଟିରୁ ବାଦ ପଡିଲେ ‘ବିରାଟ୍ ଏବଂ କେଏଲ୍ ରାହୁଲ’
1 min readନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟୋଣ୍ଟି ସିରଜର ଶେଷ ମ୍ୟାଚ୍ଟି ଆସନ୍ତା କାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବା । ବିସ୍ୱ କପ୍ ପୂର୍ବରୁ ଏହା ଶେଷ ଟି-ଟୋଣ୍ଟି ମ୍ୟାଚ୍ ଅଟେ । ତେଣୁ ଆସନ୍ତା କାଲି ଭାରତ ଅନେକ ଏକସପେରିମେଣ୍ଟ କରିପାରେ । ଏସବୁ ଭିତରେ ଆସନ୍ତା କାଲି ବିରାଟ କୋହଲି ଏବଂ କେଏଲ ରାହୁଲ ଏହି ସେହ ମ୍ୟାଚଟିକୁ ଖେଳିବେ ନାହିଁ ।
ବିଶ୍ୱକପ ପୂର୍ବରୁ ବିରାଟ ଏବଂ କେଏଲ୍ ରାହୁଲ ଙ୍କୁ ବିଶ୍ରାମ ଦରକାର ଥିବାରୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରୁ ବାଦ ଦେଇଛି। ଅର୍ଥାତ ତାଙ୍କୁ ଏହି ମ୍ୟାଚ୍ରେ ବିଶ୍ରାମ ଦିଆଯାଇଛି।
ସୁଚନା ଅନୁ୍ଯାୟୀ କେଏଲ ରାହୁଲ ଏବଂ ବିରାଟ ଖେଳରୁ ବାଦ ପଡିବା ପରେ ର୍ଶେୟସ ଅୟରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି । ଗତକାଲି ଏହି ମ୍ୟାଚ୍ ଇନ୍ଦୋରରେ ସଂନ୍ଧ୍ୟ ୭ ଟାରେ ଆରମ୍ଭ ହେବାକୁ ଯାଉଛି ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିରାଟ କୋହଲି ଏବଂ କେଏଲ୍ ରାହୁଲ ଙ୍କୁ ବିଶ୍ରାମ ଦିଆଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ମୁମ୍ବାଇରେ ଟି-୨୦ ବିଶ୍ୱକପ ପାଇଁ ଯିବାକୁ ଥିବା ସ୍କ୍ୱାଡରେ ସିଧାସଳଖ ଯୋଗଦେବେ। ସେଠାରୁ ସମସ୍ତେ ଏକାଠି ମେଲବର୍ଣ୍ଣ ଗସ୍ତ କରିବେ। ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତ କରିବ।
ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ରେ କୋହଲି ୨୮ ବଲରେ ଅପରାଜିତ ୪୯ ରନର ଇନିଂସ ଖେଳିଥିଲେ। ଭାରତର ଦ୍ୱିତୀୟ ମ୍ୟାଚକୁ ୧୬ ରନରେ ଜିତିବା ସହ ସିରିଜ କବଜା କରିଥିଲା। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାକୁ ଭାରତରେ ଖେଳାଯାଉଥିବା କୌଣସି ଟି-୨୦ ସିରିଜ୍ରେ ହରାଇବାର ରେକର୍ଡ ମଧ୍ୟ କରିଛି।