Pratidin TV

Odisha's Digital News Platform

୧୦ ବର୍ଷ ପରେ ବିରାଟ କୋହଲିଙ୍କୁ ଲାଗିଲା ଝଟକା , ଆଇସିସି ରାଙ୍କିଂରୁ ଟପ୍ ୨୦ରୁ ହେଲେ ବାହାର…

1 min read

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ତେଣୁ ବୁଧବାର ଆଇସିସି ଜାରି କରିଥିବା ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ ୮ଟି ସ୍ଥାନ ତଳକୁ ଖସି ଯାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଟେଷ୍ଟରେ ବିରାଟ କେବଳ ୯୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ସେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ୨୨ତମ ସ୍ଥାନରେ ପହଞ୍ଚିଛନ୍ତି। ବିରାଟ ଓ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଫ୍ଲପ ହୋଇଥିଲେ। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ଐତିହାସିକ ବିଜୟ ସହ ଭାରତକୁ ମୂଳପୋଛ କରି ୩-୦ରେ ସିରିଜ ଜିତିଥିଲା।

ରୋହିତ ଶର୍ମା ରାଙ୍କିଙ୍ଗର ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି। “ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର” ବର୍ତ୍ତମାନ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ଡବଲ ଟନ ହାସଲ କରିଥିଲେ। ରୁଟଙ୍କ ପଛକୁ କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକାକୀ ସବୁ ମ୍ୟାଚ୍‌ରେ ଲଢ଼େଇ କରିଥିବା ଭାରତର ଋଷଭ ପନ୍ତଙ୍କ ରାଙ୍କିଙ୍ଗରେ ଉନ୍ନତି ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟପ୍‌ ୧୦ରେ ପନ୍ତ ଓ ଜୈସୱାଲ ଦୁଇ ଭାରତୀୟ ଭାବେ ରହିଛନ୍ତି। ଶୁବମନ ଗିଲ୍‌ ରାଙ୍କିଙ୍ଗର ୧୬ତମ ସ୍ଥାନରେ ରହିଛନ୍ତି। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୨୦ରେ କୌଣସି ଭାରତୀୟ ଖେଳାଳି ରହିବାକୁ ସକ୍ଷମ ହୋଇନାହାନ୍ତି।

Advertisement

Leave a Reply

Your email address will not be published. Required fields are marked *