Pratidin TV

Odisha's Digital News Platform

୯ ବର୍ଷର ପରେ ବିରାଟ୍ ହାସିଲ କଲେ ଏହି ରେକର୍ଡ , ଖୁସିରେ ନାଚିଲେ ଅନୁଷ୍କା ଭାଇରାଲ ହେଲା ଭିଡିଓ ….

1 min read

ବେଙ୍ଗାଲୁର ; ବିଶ୍ୱକପ୍‌ରେ ଜାରି ରହିଛି ବିରାଟ୍‌ଙ୍କ ଜଲୱା । ବେଙ୍ଗାଲୁର ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା । ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିରାଟ ୫୧ ରନର ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ। ଆଜିର ଇନିଂସ ପରେ ସେ ସଚିନ ତେନ୍ଦୁଲକରଙ୍କ ଆଉ ଏକ ବିଶ୍ୱକପ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ପୂର୍ବ ମ୍ୟାଚ୍ ରେ ସେ ଶତକ ହାସଲ କରି ସଚିନ ସର୍ବକାଳୀନ ଦିନିକିଆ ରେକର୍ଡର ସମକକ୍ଷ ହୋଇଥିଲେ। ଗତକାଲି ୫୩ ବଲରେ ୫ ଚୌକା ଓ ଗୋଟିଏ ଛକା ବଳରେ ବିରାଟ ୫୦ ରନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୫୧ ରନ କରି ଆଉଟ ହୋଇ ଯାଇଥିଲେ। ତେବେ ଏହା ଚଳିତ ବିଶ୍ୱକପରେ ବିରାଟଙ୍କ ୭ ତମ ୫୦+ ସ୍କୋର।

କେବଳ ଏତିକି ନୁହଁ ବିରାଟ୍ ଏହି ମ୍ୟାଚ୍‌ରେ ୱିକେଟ୍ ନେଇ ଆଉ ଏକ ମାଇଲ୍‌ଖୁଣ୍ଟ ଛିଡା କରିଥିଲେ । ଦୀର୍ଘ ୯ ବର୍ଷ ପରେ ଏପରି ୱିକେଟ୍ ନେଇଛନ୍ତି ବିରାଟ୍ । ତେବେ ବିରାଟ୍‌ଙ୍କ ୱିକେଟ୍ ନେବା କ୍ଷଣି ଖୁସିରେ ଝୁମିଯାଇଥିଲେ ଅନୁଷ୍କା । ଆଉ ପ୍ରକମ୍ପିତ ହୋଇଉଠିଥିଲା ପୁରା ଷ୍ଟାଡିୟମ୍ । ବିରାଟ୍ ବୋଲିଂ ଆରମ୍ଭ କରିବାଠାରୁ ହିଁ ଷ୍ଟାଡିୟମରେ କୋହଲି ….. କୋହଲିର…. ନାରା ଶୁଭିଥିଲା । ଏହା ବିରାଟଙ୍କ ଦିନିକିଆ କ୍ୟାରିଅରରେ ୫ମ ୱିକେଟ୍ ଥିଲା । ଏହାଛଡା ସେ ଞ୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ୪ ୱିକେଟ୍ ନେଇଛନ୍ତି । ସମୁଦାୟ ଦେତ୍କବାକୁ ଗଲେ ଏହା ଇଣ୍ଟରନ୍ୟାସନାଲ ମ୍ୟାଚ୍ ର ନବମ ୱିକେଟ୍ । ଦୀର୍ଘ ୯ ବର୍ଷ ପରେ ୱିକେଟ୍ ନେବାର ସୁଯୋଗ ପାଇଛନ୍ତି କୋହଲି ।

ରବିବାର କ୍ରମାଗତ ୯ ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିଛି। ବିଶ୍ୱକପରେ ଏକମାତ୍ର ଅପରାଜେୟ ଟିମ ଭାବେ ଲିଗ ପର୍ଯ୍ୟାୟ ଅଭିଯାନ ଶେଷ କରିଛି ଭାରତ। ୪୧୦ ର ବିଶାଳ ସ୍କୋର କରି ନେଦରଲାଣ୍ଡ୍ୟାକୁ ୧୬୦ ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

Leave a Reply

Your email address will not be published. Required fields are marked *