ଲଣ୍ଡନରୁ ଫେରିଲେ ବିରାଟ୍ , IPL ରେ କରିବେ ଏଣ୍ଟ୍ରି ।
1 min readଦୀର୍ଘ ଦିନର ବିରତୀ ପରେ ଦଳକୁ ଫେରୁଛନ୍ତି ବିରାଟ୍ । ତେବବେ ବିରାଟଙ୍କ କମ୍ବ୍ୟାକ୍ ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁରେ କେବଳ ଆଇପିଏଲ୍ ଚର୍ଚ୍ଚା ।
ଖେଳରୁ ଦୀର୍ଘ ସମୟ ବିରତି ନେଇଥିବା ଷ୍ଟାଇଲିସ୍ ବ୍ୟାଟର୍ ବିରାଟ କୋହଲି ଆଇପିଏଲ୍ ୨୦୨୪ ପୂର୍ବରୁ ତାଙ୍କ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରେ ଯୋଗଦେବା ପାଇଁ ଲଣ୍ଡନରୁ ଭାରତ ଫେରିଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। କୋହଲି କ୍ରିକେଟ୍ ଡ୍ୟୁଟିରୁ ଦୂରରେ ରହିଥିଲେ କାରଣ ତାଙ୍କର ୨ ୟ ସନ୍ତାନ ପାଇଁ । ଅନୁଷ୍କା ଗର୍ଭଧାରଣାର ଶେଷ ପର୍ଯ୍ୟାୟରେ ଦଳରୁ କିଛି ମାସ ପାଇଁ ବିରତୀ ନେଇଥିଲେ କିଙ୍ଗ୍ କୋହଲି ।
ଏହି ଦମ୍ପତି ଲଣ୍ଡନରେ ନିଜ ପୁରତ୍ର ସନ୍ତାନକୁ ସ୍ୱାଗତ କରିଥିଲେ । କିଛିଦିନ ପୂର୍ବେ ବିରାଟ୍ ଏହି ଖୁସିଖବର ନିଜ ପ୍ରଶଂସକଙ୍କ ସହ ସେୟାର କରି ଲେଖିଥିଲେ ଯେ ଆମେ ଆମ ୨ୟ ସନ୍ତାନ ଅକାୟକୁ ଆମ ଦୁନିଆକୁ ସ୍ୱାଗତ କରୁଛୁ । ଏବେ ଅନୁଷ୍କା ଏବଂ ତାଙ୍କ ପୁଅ ଅକାୟ ସୁସ୍ଥ ଥିବାରୁ ବିରାଟ୍ ଲଣ୍ଡନରୁ ଫେରିଛନ୍ତି । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଖୁବ୍ ଖୁସି ଅଛନ୍ତି ।
ପୂର୍ବତନ ଭାରତୀୟ ଅଧିନାୟକ ଏବେ ଆରସିବି କ୍ୟାମ୍ପରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ଜଣାଯାଇଥିଲା ଯେ ଆରସିବି ‘ଅନ୍ବକ୍ସ’ ଇଭେଣ୍ଟ ପୂର୍ବରୁ ସେ ବେଙ୍ଗାଲୁରୁରେ ତାଙ୍କ ସାଥୀମାନଙ୍କ ସହ ଯୋଗଦେବେ। ମାର୍ଚ୍ଚ ୧୯ ରେ ବେଙ୍ଗାଲୁରୁରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆରସିବି ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ମାର୍ଚ୍ଚ ୨୨ ରେ ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଖେଳିବ।