Pratidin TV

Odisha's Digital News Platform

ନିଜକୁ ଭିଭିଏସ୍ ଲକ୍ଷ୍ମଣ ଓ ବିରାଟ-ରୋହିତଙ୍କୁ ଖୋ ଖୋ ଖେଳାଳି କହିଲେ ଈଶାନ କିଷାନ…

1 min read

ବିରାଟ କୋହଲି ଓ ରୋହିତ ଶର୍ମା କ୍ରିକେଟ୍ ନୁହେଁ, ବର୍ ଖୋ ଖୋ ଖେଳନ୍ତି । ସୂର୍ଯ୍ୟକୁମାର ଯାଦବ ୱିକେଟକିପର ଓ ବୋଲର । ଯେତେବେଳେ ବଲ ଆସି ବ୍ୟାଟରେବାଜେ, ମ୍ୟାଉଁ ପରି ଶବ୍ଦ ହୁଏ । ଏପରି ଅନେକ କିଛି ପ୍ରଶ୍ନର ମଜାଳିଆ ଉତ୍ତର ଦେଇଛନ୍ତି କ୍ରିକେଟର ଈଶାନ କିଷାନ । ଭାରତୀୟ କ୍ରିକେଟର ଈଶାନ କିଷାନଙ୍କ ମଜାଦାର ଇଣ୍ଟରଭ୍ୟୁ ସେୟାର କଲା ବିବିସିଆଇ । ନିଜକୁ ଭିଭିଏସ୍ ଲକ୍ଷ୍ମଣ ଓ ବିରାଟ, ରୋହିତଙ୍କୁ ଖୋ ଖୋ ଖେଳାଳି କହିଲେ ଈଶାନ କିଷାନ । ଆଜି ମଙ୍ଗଳବାର ଗୈାହାଟିରେ ବାର୍ସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ୩ୟ ଟି୨୦ ମ୍ୟାଚ୍ । ଭାରତ ଓ ଅଷ୍ଟ୍ରେଲିଆ ହେବେ ମୁହାଁମୁହିଁ । ବିଜୟ ଧାରା ଜାରି ରଖିବା ସହିତ ଶୃଙ୍ଖଳା କବଜା କରିବା ଲକ୍ଷ୍ୟରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ଆଣ୍ଡ୍ କୋ । ଏହାରି ଭିତରେ ମଙ୍ଗଳବାର ସକାଳେ ଦଳର ଷ୍ଟାର ବ୍ୟାଟର ଈଶାନ କିଷାନଙ୍କର ଏକ ମଜାଳିଆ ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଈଶାନଙ୍କୁ କେବଳ ଭୁଲ ଉତ୍ତର ଦେବାପାଇଁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଆଉ ସେ ସମସ୍ତ ୧୧ଟି ପ୍ରଶ୍ନର ଏକ ହାସ୍ୟାସ୍ପଦ ଉତ୍ତର ଦେଇଥିଲେ । ଦେଖନ୍ତୁ କେଉଁ ପ୍ରଶ୍ନର କଣ ଉତ୍ତର ଦେଇଥିଲେ ଈଶାନ..
୧.ପ୍ରଶ୍ନ: ଆପଣଙ୍କ ନାମ ?
ଉତ୍ତର: ଭିଭିଏସ୍ ଲକ୍ଷ୍ମଣ
୨.ପ୍ରଶ୍ନ: ଆପଣଙ୍କ ବୟସ ?
ଉତ୍ତର: ୮୨ ବର୍ଷ
୩.ପ୍ରଶ୍ନ: ଆପଣ କେଉଁ ଭାଷାରେ କଥା ହେଉଛନ୍ତି ?
ଉତ୍ତର: ସ୍ପାନିଶ୍‌
୪.ପ୍ରଶ୍ନ: ଆପଣ କଣ ଖେଳନ୍ତି ?
ଉତ୍ତର: ଫୁଟବଲ୍‌
୫.ପ୍ରଶ୍ନ: ସୂର୍ଯ୍ୟକୁମାର ଯାଦବ କିଏ ?
ଉତ୍ତର: ୱିକେଟକିପର ଓ ବୋଲର
୬.ପ୍ରଶ୍ନ: ବିରାଟ ଓ ରୋହିତ କଣ ଖେଳନ୍ତି ?
ଉତ୍ତର: ଖୋ ଖୋ
୭.ପ୍ରଶ୍ନ: ଆପଣଙ୍କ ଚୁଟିର ରଙ୍ଗ କଣ ?
ଉତ୍ତର: ଅରେଞ୍ଜ୍‌
୮.ପ୍ରଶ୍ନ: ଯେତେବେଳେ ବଲ ଆସି ବ୍ୟାଟରେ ବାଜେ, କିପରି ଶବ୍ଦ ହୁଏ ?
ଉତ୍ତର: ମ୍ୟାଉଁ
୯.ପ୍ରଶ୍ନ: ଆପଣ କ୍ରିକେଟ କିଟ୍ ବ୍ୟାଗରେ କେଉଁ ୩ଟି ଜିନିଷ ରଖନ୍ତି ?
ଉତ୍ତର: ହେଡଫୋନ, ୱାଲେଟ୍‌, ଆଇସ୍କ୍ରିମ୍‌
୧୦.ପ୍ରଶ୍ନ: ଜିମରେ ଆପଣ କଣ କରନ୍ତି ?
ଉତ୍ତର: ଆଇସ୍ ହକି ଖେଳୁଛି
୧୧.ପ୍ରଶ୍ନ: ଆମେ ଏବେ କେଉଁଠାରେ ଅଛେ ?
ଉତ୍ତର: ଟୋକିଓ
ତେବେ ଏହି ଇଣ୍ଟରଭ୍ୟୁ ସମୟରେ ସମସ୍ତ ପ୍ରଶ୍ନର ତୁରନ୍ତ ଭୁଲ ଉତ୍ତର ଦେବାକୁ ଈଶାନ କିଷାନଙ୍କୁ କୁହାଯାଇଥିଲା ଯାହାକୁ ୟୁଜର୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଏଥିରେ ପ୍ରଶଂସକମାନେ ମଜାଳିଆ କମେଣ୍ଟ୍ସ ଦେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *