Pratidin TV

Odisha's Digital News Platform

ମୋଦି କଣ କହିଲେ ହସିଲେ ରୋହିତଙ୍କ ସହ ବିରାଟ କୋହଲି….

ସେ ଦିନ ଆଖିର ଲୁହ ପୋଛିଥିଲେ, ଆଜି ଓଠରେ ହସ ଫୁଟାଇଲେ | ହାରିବା ପରେ ମଧ୍ୟ ହିରୋ କହି ବଢାଇଥିଲେ ଆତ୍ମବଳ, ଏବେ ଜିତିବା ପରେ ବାସଭବନକୁ ଡ଼କାଇ ପ୍ରଶଂସା କଲେ ମୋଦି | ଦେଶର ସୁଖ ଓ ଦୁଃଖର ସାଥି ସାଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୨0୨୩ ବିଶ୍ୱକପରେ ପରାଜୟ ପରେ ଦୁଃଖରେ ଭାଙ୍ଗିପଡିଥିଲେ ଟିମ ଇଣ୍ଡିଆ | ଗୋଟାଇପଟେ ଅଷ୍ଟ୍ରେଲିଆ ଭାରତ ଟିମକୁ ପରାସ୍ତ କରି ବିଜୟର ସ୍ୱାଦ ଚାଖିଥିବା ବେଳେ ଭାରତର ପରାଜୟ ପରେ ସବୁ ମହଲରେ ଶୋକର ବାତାବରଣ ଖେଳିଯାଇଥିଲା |

କ୍ୟପଟେନ ରୋହିତ ଶର୍ମାଙ୍କ ଠାରୁ ଆରମ୍ଭ କରି, ବିରାଟ କୋହଲି,ଜାଡେଜା,ସାମୀ ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରିନଥିଲେ | ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂ ରୁମକୁ ଯାଇ ଖେଳାଳିଙ୍କ ମନୋବଳ ବଢାଇଥିଲେ | ହାରିବା ପରେ ମଧ୍ୟ ତାଙ୍କୁ ହିରୋ ସଜାଇଥିଲେ | ଏହାସହ କହିଥିଲେ ଭରସା ରଖ ନିଶ୍ଚିତ ଜିତିବ | ତେବେ ଆଜି ସେହି ସମୟ ଆସିଯାଇଛି, ମୋଦି ହସିବା ସହ ବିଶ୍ୱକପ ବିଜେତା ଟିମ ହସୁଛନ୍ତି |

ଗତକାଲି ଜଗୁରୁବାର ଦିନ ଚମ୍ପିଆନ୍ସଙ୍କର ଘର ବାହୁଡା ହେଉଥିବା ବେଳେ ସ୍ବଦେଶ ଫେରି ବିଶ୍ୱ ବିଜୟୀ ଭାରତ ଟିମ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ | ଏହାସହ ଅତି ଖୁସିର ମାହୋଲରେ ଆଲୋଚନା ମଧ୍ୟ କରିଛନ୍ତି |

Leave a Reply

Your email address will not be published. Required fields are marked *