Pratidin TV

Odisha's Digital News Platform

ବ୍ୟାଟିଂ ନେଇ ବିରାଟ ଥିଲେ ପ୍ରେସର୍ ରେ, ୱିକେଟ୍ ଯିବାପରେ ସବୁ ଦିଶିଲା ଅନ୍ଧାର

1 min read

ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଗୁରୁବାର ଜନସମୁଦ୍ର ପାଲଟିଲା ମୁମ୍ବାଇର ମେରାଇନ ଡ୍ରାଇଭ। ଯେଉଁଆଡ଼େ ଚାହିଁଲେ କେବଳ ଲୋକ ହିଁ ଲୋକ। ଗୋଟିଏ ପଟେ ସମୁଦ୍ର ଓ ଆଉ ଗୋଟିଏ ପଟେ ଜନସମୁଦ୍ର। କେବଳ ଶୁଭୁଥିଲା ଟିମ ଇଣ୍ଡିଆ ଟିମ ଇଣ୍ଡିଆ ନାରା। ପ୍ରବଳ ବର୍ଷା ହେଉଥିଲା ସତ କିନ୍ତୁ ଲୋକଙ୍କ ଉତ୍ସାହରେ ଏହା କୌଣସି ପ୍ରକାରର ଫରକ ପକାଇ ପାରି ନଥିଲା। ଏମିତି କିଛି ଦୃଶ୍ୟ ୧୩ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟର ବିଜୟ ଶୋଭାଯାତ୍ରା ବେଳେ ଦେଖିବାକୁ ମିଳିଥିଲା। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଷ୍ଟାର ବ୍ୟାଟର ବିରାଟ କୋହଲି ବିଶ୍ୱକପ ଫାଇନାଲ ମ୍ୟାଚର ଅଭିଜ୍ଞତା ତାଙ୍କ ସହ ଶେୟାର କରିଛନ୍ତ|

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେବା ବେଳେ କହିଥିଲେ, “ପ୍ରଥମେ ଆପଣ ଆମମାନଙ୍କୁ ଏଠାକୁ ନିମନ୍ତ୍ରଣ କରିବାରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେହି ଦିନ (ଫାଇନାଲ ମ୍ୟାଚ୍‌) ସବୁବେଳେ ମୋ ହୃଦୟରେ ରହିବ। କାରଣ ଟୁର୍ଣ୍ଣାମେଣ୍ଟରେ ମୁଁ ଦଳ ପାଇଁ ସେତେଟା ଭଲ ଯୋଗଦାନ ଦେଇ ପାରି ନଥିଲେ।

Advertisement

ଏପରି କି ମୁଁ ରାହୁଲ ଡ୍ରାଭିଡ ଭାଇଙ୍କୁ ଗୋଟିଏ ଦିନ କହିଥିଲି ଯେ ମୁଁ ଏଯାଏ ଟିମକୁ ଓ ମୋତେ ଆବଶ୍ୟକ ଅନୁଯାୟୀ ନ୍ୟାୟ ଦେଇ ପାରିନି। କିନ୍ତୁ ସେ ମୋତେ କହିଥିଲେ ଯେ ଯେତେବେଳେ ସୁଯୋଗ ଆସିବ ତୁମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ରହିଛି।

ଏହାବାଦ ଫାଇନାଲରେ ଯେତେବେଳେ ରୋହିତ ଓ ମୁଁ ବ୍ୟାଟିଂ କରିବାକୁ ଯାଉଥିଲୁ ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ ମୋ ପାଖରେ ଆବଶ୍ୟକ ଆତ୍ମବିଶ୍ୱାସ ନାହିଁ। କିନ୍ତୁ ପ୍ରଥମ ଓଭରରେ ଯେତେବେଳେ ୩ଟି ଚୌକା ମାରିଥିଲି ସେତେବେଳେ ମୁଁ ରୋହିତଙ୍କୁ କହିଥିଲି ଯେ ଏସବୁ କ’ଣ ହଉଛି? ଗୋଟିଏ ଦିନ ମୁଁ ଏକ ରନ କରି ପାରୁ ନଥିଲି ଓ ଏବେ ଗୋଟିଏ ଓଭରରେ ୩ଟି ଚୌକା ମାରିବାକୁ ସକ୍ଷମ ହୋଇଗଲି।

ସେଠାରେ ମୋତେ ଅନୁଭବ ହୋଇଥିଲା ଯେ ବିଶେଷ କରି ଆମର ଶୀଘ୍ର ୱିକେଟ ଯିବା ପରେ ମୋତେ ସ୍ଥିତି ଆଗରେ ଆତ୍ମସମର୍ପଣ କରିବାର ଥିଲା। ଟିମ ପାଇଁ କ’ଣ ଜରୁରୀ, ସେଇଟା ମୋ ଫୋକସରେ ଥିଲା। ମୋତେ ଲାଗିଥିଲା ଯେ ମୋତେ ସେହି ପରିସ୍ଥିତିରେ ଆଣି ରଖା ଯାଇଥିଲା। ପଛରେ ମୁଁ ବୁଝିପାରିଥିଲି ଯେ ଯାହା ହବାର ଥିବ ନିଶ୍ଚତ ହେବ।

ମ୍ୟାଚ୍‌ ଯଦି ଆପଣ ଦେଖିବେ, ତା’ହେଲେ ଗୋଟିଏ ଗୋଟିଏ ବଲ ପାଇଁ ଆମେ କଷ୍ଟ କରି ଚାଲିଥିଲୁ। ସେତେବେଳେ ଆମ ଭିତରେ କ’ଣ ଚାଲିଥିଲା, ସେକଥା ଆମେ ଶବ୍ଦରେ ବୟାନ କରିପାରିବୁ ନାହିଁ। ଏତେ ବଡ଼ ଦିନରେ ଟିମ ପାଇଁ ଯୋଗଦାନ କରିଥିବାରୁ ମୁଁ ବହୁତ ଖୁସି। ସେଦିନ ଯାହା ସବୁ ଘଟିଲା ଓ ଆମେ ଯେମିତି ଜିତିଲୁ, ସେକଥା ମୁଁ କେବେ ବି ଭୁଲି ପାରିବି ନାହିଁ।”

ତେବେ ଫାଇନାଲ ମ୍ୟାଚ୍‌ରେ ବିରାଟ ୭୬ ରନର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ସେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ମୋଟ ୭୫ ରନ କରିଥିଲେ। ହେଲେ ଫାଇନାଲରେ ସେ ୭୬ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ବିଜେତା କରାଇଥିଲେ।

Leave a Reply

Your email address will not be published. Required fields are marked *