Pratidin TV

Odisha's Digital News Platform

ପରିବାର ସହ ଭାରତ ଛାଡି ଲଣ୍ଡନ ଚାଲିଯିବେ ବିରାଟ କୋହଲି!

 ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନ ଚାଲିଯିବେ ବିରାଟ ।  ଅନୁଷ୍କା ଏବଂ  ବିରାଟ କୋହଲିଙ୍କ ସହ ଦ୍ୱିତୀୟ ପିତାମାତା ଏବେ ଦ୍ଵିତୀୟ ସନ୍ତାନର ପିତାମାତା ହୋଇଛନ୍ତି  । ନିକଟରେ ସେମାନେ ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ଲଣ୍ଡନରେ ସ୍ୱାଗତ କରିଥିଲେ। ତେବେ ଅଦ୍ୟାବଧି ଏହି ଦମ୍ପତି ନିଜ ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ଚେହେରା ଦେଖାଇ ନାହାଁନ୍ତି। ତେବେ ଏହା ମଧ୍ୟରେ ଶୁଣିବାକୁ ମିଳୁଛି  ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି ଯାହା ଏବେ  ଚର୍ଚ୍ଚା ଜୋର ଧରିଛି।  କାରଣ ବିରାଟ କୋହଲି ସମ୍ପ୍ରତି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତା ଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ କୋହଲି ସେଠାରେ ଥିବା ରାସ୍ତାରେ ନଜର ଆସିଛନ୍ତି।

ଏହି ସମୟରେ କିଛି କାର ତାଙ୍କ ପାଖ ଦେଇ ଯାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହା ସହିତ ସେ ରାସ୍ତାର ଅପର ପାର୍ଶ୍ୱରେ ଥିବା କାହାକୁ ଦେଖାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ଭିଡିଓରେ ଏକ ଜ୍ୟାକେଟ ପିନ୍ଧିଛନ୍ତି। ବିରାଟ କୋହଲି ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନରେ ଛୁଟି ବିତାଇବାକୁ ଯାଇଛନ୍ତି। ଏବେ ଆଲୋଚନା ଜୋର ଧରିଛି ଯେ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ କରୁଛନ୍ତି। ବିରାଟ ୨୦୨୩ ମସିହାରେ ଲଣ୍ଡନରେ ଛୁଟି ବିତାଇଥିଲେ। ଏବେ ପୁଣି ଥରେ ଶ୍ରୀଲଙ୍କା ସିରିଜ୍ ପରେ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେବେଠାରୁ ବିରାଟ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ କରୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବିରାଟ  ଦିଲ୍ଲୀର ବାସିନ୍ଦା। ଦିଲ୍ଲୀରେ ତାଙ୍କର ଏକ ଘର ଅଛି, ଯେଉଁଠାରେ ତାଙ୍କ ପିତାମାତା, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରୁହନ୍ତି। ଏହା ବ୍ୟତୀତ ବିରାଟ ଏବଂ ଅନୁଷ୍କାଙ୍କର ମଧ୍ୟ ମୁମ୍ବାଇରେ ଏକ ଘର ଅଛି।

Leave a Reply

Your email address will not be published. Required fields are marked *