Pratidin TV

Odisha's Digital News Platform

ଅନୁଷ୍କାଙ୍କ ପାଇଁ ହୃଦୟସ୍ପର୍ଶୀ ନୋଟ୍‌ ଲେଖିଲେ ବିରାଟ୍‌, କହିଲେ- ତୁମ ବିନା ଏହା ସମ୍ଭବ ନୁହେଁ…

1 min read

ବିରାଟଙ୍କ ସଫଳତା ପଛରେ ରହିଛି ଅନୁଷ୍କାଙ୍କ ଯାଦୁ | ଯାହାକୁ ଆଜି ସର୍ବସମ୍ମୁଖରେ ଖୋଲି କହିଦେଲେ ବିରାଟ କୋହଲି | ଶେଷରେ ଲେଖିଲେ ତୁମ ବିନା ଏହା ସମ୍ଭବ ନୁହେଁ | ଟି-ଟ୍ୱେଣ୍ଟି ମ୍ୟାଚ ଜିତିବା ପରେ ପ୍ରଥମେ ବିରାଟଙ୍କର ଅନୁଷ୍କାଙ୍କ ସହ ଭିଡ଼ିଓ କଲରେ କଥାବାର୍ତ୍ତା ଆଉ ଏବେ ସୋସିଆଲ ମିଡିଆରେ କରାଯାଇଥିବା ଏକ ସୁନ୍ଦର ପୋଷ୍ଟ ଯାହା ଏବେ ଖୁବ ଭାଇରାଲ ହେଉଛି |

ଭାରତର ବିଜୟ ପରେ ଗଳିକନ୍ଦିରେ ସବୁଠି ଉତ୍ସାହ ମନାଯାଉଥିବା ବେଳେ ପଡ଼ିଆ ଭିତରେ ଖେଳାଳିଙ୍କଠୁ ଆରମ୍ଭ କରି ଘରେ ବସି ମଜା ନେଉଥିବା ଦର୍ଶକମାନଙ୍କ ଆଖିରେ ଲୁହ ଆସିଯାଇଥିଲା | କାରଣ ସେ ଲୁହ ଥିଲା ଖୁସିର ଲୁହ | ଏହାପରେ ଗୋଟିଏ କଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା | ବିରାଟ ଭିଡ଼ିଓ କଲରେ ଥିଲେ | ବିରାଟ ମ୍ୟାଚ ପରେ ପ୍ରାୟତଃ ନିଜ ପତ୍ନୀ ଅନୁଷ୍କାଙ୍କୁ ଫୋନ କରିଥାନ୍ତି | ଏହି ଫଟୋ ଗୁଡିକ ଇଣ୍ଟରନେଟରେ ମଧ୍ୟ ଅନେକ ଲାଇମଲାଇଟକୁ ଆସିଥାଏ |

ତେବେ ଟି-ଟ୍ୱେଣ୍ଟି ମ୍ୟାଚରେ ମଧ୍ୟ ଏମିତି କିଛି ଫଟୋ ଭାଇରାଲ ହେବା ପରେ ଏକ ସୁନ୍ଦର ଲେଖା ଅନୁଷ୍କାଙ୍କ ପାଇଁ ବିରାଟ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ମାଇ ଲଭ, ତୁମ ବିନା ଏହା ସମ୍ଭବ ହେବନାହିଁ, ତୁମେ ମତେ ନମ୍ର ରଖ, ତୁମେ ସର୍ବଦା ସମ୍ପୂର୍ଣ୍ଣ ସଚ୍ଚୋଟତା ସହିତ କୁହ ଏହା କିପରି ସମ୍ଭବ ହେବ | ମୁଁ ତୁମ ପାଇଁ ଅଧିକ କୃତଜ୍ଞ | ଏହି ବିଜୟ ତୁମର ଯେତିକି ମୋର ମଧ୍ୟ ସେତିକି | ଧନ୍ୟବାଦ ଏବଂ ମୁଁ ତୁମର ହୋଇଥିବାରୁ ତୁମକୁ ଭଲ ପାଏ | ତେବେ ଏହି ପୋଷ୍ଟଟି ଭାଇରାଲ ହେବା ପାରେ ସମସ୍ତେ ବିରାଟଙ୍କ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି |

Leave a Reply

Your email address will not be published. Required fields are marked *