Pratidin TV

Odisha's Digital News Platform

BCCI କୁ ସେହେୱାଗଙ୍କ ଚିଠି ; ‘ଇଣ୍ଡିଆ’ ବଦଳରେ କ୍ରିକେଟ ଖେଳାଳିଙ୍କ ଜର୍ସିରେ ‘ଭାରତ’ ଲେଖାଯାଉ …

1 min read

ନୂଆଦିଲ୍ଲୀ : ଆଗାମୀ ଆଇସିସି ବିଶ୍ୱକପ ପାଇଁ ଭାରତୀୟ ଜର୍ସିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ପ୍ରଦର୍ଶନ କରିବାକୁ ବିସିସିଆଇକୁ ବିରେନ୍ଦ୍ର ସେହୱାଗ ଅନୁରୋଧ କରୁଛନ୍ତି। ଏନେଇ ସେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ସେହୱାଗ ଚିଠି ଲେଖିଛନ୍ତି । ‘ଇଣ୍ଡିଆରେ ଭାରତର ସମ୍ଭାବ୍ୟ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ରେ ଇଣ୍ଡିଆକୁ ବଦଳାଇ ଭାରତ କରିବାକୁ ଆବେଦନ କରିଛନ୍ତି।

ଭାରତର ୨୦୧୧ ବିଶ୍ୱକପ ଏବଂ ୨୦୦୭ ଟି -୨୦ ବିଶ୍ୱକପ ବିଜେତା କ୍ରିକେଟର ବିରେନ୍ଦ୍ର ସେହେୱାଗ ବିସିସିଆଇକୁ ନିବେଦନ କରିଛନ୍ତି ଯେ ଆଗାମୀ ଭାରତ ଆଇସିସି ବିଶ୍ୱକପରେ ଭାଗ ନେଉଥିବା ଭାରତୀୟ ଦଳ ପାଇଁ ‘ଇଣ୍ଡିଆ’ ବଦଳରେ “ଭାରତ” ନାମରେ ଜର୍ସି କରାଯାଉ।

Advertisement

ଆମର ମୂଳ ନାମ ‘ଭାରତ’କୁ ଆନୁଷ୍ଠାନିକ ଭାବରେ ପୁନଉଦ୍ଧାର ସ୍ଥାପନ କରିବାର ସମୟ ଆସିଛି ବୋଲି ପ୍ରକାଶ କରିବାକୁ ସେହୱାଗ ଏକ ଟ୍ୱିଟ ମଧ୍ୟ କରିଛନ୍ତି ।ସେ ଲେଖିଛନ୍ତି ଯେ ମୁଁ ସବୁବେଳେ ବିଶ୍ୱାସ କରେ ଯେ ଭାରତ ନାମ ଉଚାରଣ କରିବା ଆମ ପାଇଁ ଗର୍ବର କଥା । ଆମେ ଭାରତୀୟ କିନ୍ତୁ ବ୍ରିଟିଶମାନଙ୍କ ଦ୍ୱାରା ଏହାକୁ ଇଣ୍ଡିଆ କରାଯାଇଥିଲା । ଆମର ମୂଳ ନାମ ‘ଭାରତ’ କୁ ଆନୁଷ୍ଠାନିକ ଭାବରେ ଫେରାଇ ଆଣିବାକୁ ବହୁ ଦିନ ହେଲାଣି । କିନ୍ତୁ ଜର୍ସିରେ ଇଣ୍ଡିଆ କାହିଁକି ଲେଖାଯାଉଛି । ମୁଁ ବିସିସିଆଇ ଏବଂ ଏହାର ସମ୍ପାଦକ ଜୟ ଶାହାଙ୍କୁ ଅନୁରୋଧ କରୁଛି ଯେ ଏହି ବିଶ୍ୱକପ ଆମ ଖେଳାଳିଙ୍କ ଛାତିରେ ଭାରତର ନାଁ ରହୁ ଅର୍ଥାତ୍ ଜର୍ସିରେ ଇଣ୍ଡିଆ ବଦଳରେ ‘ଭାରତ’ ଲେଖାଯାଉ ।

ସେହୱାଗ ଅନ୍ୟ ରାଷ୍ଟ୍ରଗୁଡିକର ଉଦାହରଣ ଦେଇଛନ୍ତି ଯେ କିଭଳି ଟୁର୍ନାମେଣ୍ଟରେ ଅନ୍ୟ ଦେଶଗୁଡିକ ସେମାନଙ୍କର ସ୍ୱଦେଶୀ ନାମ ବ୍ୟବହାର କରିଛନ୍ତି । ୧୯୯୬ ବିଶ୍ୱକପରେ ନେଦରଲ୍ୟାଣ୍ଡ ଭାରତରେ ‘ହଲାଣ୍ଡ ‘ ନାମରେ ବିଶ୍ୱକପ୍ ଖେଳିବାକୁ ଆସିଥିଲା । ୨୦୦୩ ରେ, ଯେତେବେଳେ ଆମେ ସେମାନଙ୍କୁ ଭେଟିଥିଲୁ, ସେମାନେ ନେଦରଲ୍ୟାଣ୍ଡରେ ଥିଲେ ଏବଂ ସେପରି ରହିଆସିଛନ୍ତି । ବ୍ରିଟିଶମାନେ ମିଆଁମାରକୁ ବ୍ରିଟିଶ ଦେଇଥିବା ନାମକୁ ବଦଳାଇ ଦେଇଛନ୍ତି। ଏବଂ ଅନ୍ୟମାନେ ସେମାନଙ୍କର ମୂଳ ନାମକୁ ଫେରିଛନ୍ତି ବୋଲି ସେହୱାଗ କହିଛନ୍ତି।

Leave a Reply

Your email address will not be published. Required fields are marked *