Pratidin TV

Odisha's Digital News Platform

ଘରୁ ତଡିଦେଲା ବିଗବସ୍ , ବୃଦ୍ଧାଶ୍ରମ ଯାଇଁ ବଡ ଶିକ୍ଷା ପାଇଲେ ବିଶାଲ ପାଣ୍ଡେ ।

1 min read

ସରିଯାଇଛି ବିଗବସ୍ ଓଟିଟି ୩ । କିନ୍ତୁ ଥମିନି ଥାପଡ୍ ସ୍କାଡେଲ୍ । ବିଶାଲ ପାଣ୍ଡେ – ଅରମାନଙ୍କ ସ୍ତ୍ରୀ କ୍ରିତାକାଙ୍କୁ ନେଇ ଉଠିଥିବା ଏହି ଚର୍ଚ୍ଚା ଏହି ୩ ଜଣଙ୍କୁ ଲାଇମଲାଇଟ୍‌ରେ ରଖିଛି ।

ଏହାରି ଭିତରେ ସବୁବେଳେ ବିବାଦରେ ରହୁଥିବା ବିଶାଲ ପାଣ୍ଡେଙ୍କୁ ନେଇ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ପରେ ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ୍ ବଢିବାରେ ଲାଗିଛି । ତେବେ ବିଗବସ୍ ଘରେ ବିଶାଲଙ୍କୁ ଅନେକ ଜିନିଷର ସାମ୍ନା କରିବାକୁ ପଡିଥିଲା ଏମିତିକି ୟ୍ୟୁଟୁବର ଅରମାନ ମଲ୍ଲିକଙ୍କ ଠାରୁ ଚାମୁଡା ମଧ୍ୟ ଖାଇଥିଲେ ବିଶାଲ ।

Advertisement

ତେବେ ସେଠାରୁ ଫେରିବା ପରେ ବିଶାଲ ଫ୍ରେଡସିପ୍ ଡେ ରେ ବିଗବସ୍ ସାଙ୍ଗ ନୁହଁ ବରଂ ବୃଦ୍ଧାଆଶ୍ରମର ବୃ୍‌ଦ୍ଧ -ବୃଦ୍ଧା ମାନଙ୍କ ସହ ପାଳିଥିଲେ । ସେଠାରେ କେକ୍ କାଟି ସମସ୍ତଙ୍କୁ ଗିପ୍ଟ ଦେଇ ଖୁସିମନାଇଥିଲେ ବିଶାଲ । ଆଉ ଶେଷରେ ତାଙ୍କ ସେବା ମଧ୍ୟ କରିଥିଲେ । ତେବେ ଏଠାକୁ ଆସି ବିଶାଲ ଏକ ବଡ ଶିକ୍ଷା ପାଇଥିବା କହିଛନ୍ତି । ଯାହା ସେ ବିଗବସ୍‌ରେ ଶିଖିପାରିନଥିଲେ ।

ତେବେ ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ବିଶାଲ ଚର୍ଚ୍ଚାକୁ ଆସିବାର କାରଣ ୟ୍ୟୁଟୁବର ଅରମାନଙ୍କ ୨ୟ ସ୍ତ୍ରୀ କ୍ରିତିକା । ତାଙ୍କ ସୁନ୍ଦର କମ୍ପପ୍‌ଲିମେଣ୍ଟ ଦେଇ ବିଶାଲ ବିଗବସ୍ ଘରେ ଅରମାନଙ୍କ କ୍ରୋଧର ଶୀକାର ହୋଇଥିଲେ ।

Leave a Reply

Your email address will not be published. Required fields are marked *