Pratidin TV

Odisha's Digital News Platform

ବୈଠକ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ହେଲା ଘୋଷଣା, ବିଷ୍ଣୁଦେଓ ସାଏ ହେଲେ ନୂଆ ମୁଖ୍ୟମନ୍ତ୍ରୀ..

1 min read

ଛତିଶଗଡର ମୁଖ୍ୟମନ୍ତ୍ରୀ ଉପରୁ ହଟିଲା ପରଦା । ୮ଦିନ ପରେ ବିଜେପି କଲା ବଡ ଘୋଷଣା । ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏଙ୍କ ନାଁରେ ଆଜି ମୋହର ମାରିଛି ବିଜେପି । ଆଜି ବିଜେପି ବିଧାୟକ ଦଳର ବୈଠକ ପରେ ଏହି ଘୋଷଣା କରାଯାଇଛି । ସେ ମୋଦୀ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡ ପାଇଁ ବିଷ୍ଣୁଦେଓ ସାଏଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ସେ ଜଣେ ଅନୁଭବୀ ଆଦିବାସୀ ଚେହେରା । ବିଧାୟକଙ୍କ ବୈଠକ ପରେ ଦିଲ୍ଲୀରେ କେନ୍ଦ୍ରୀୟ ନେତା ମୋହର ମାରିଛନ୍ତି ।

ତେବେ ୫୯ ବର୍ଷୀୟ ବିଷ୍ଣୁଦେଓ ପ୍ରଥମେ ୧୯୯୦ରୁ ୧୯୯୮ ମଧ୍ୟପ୍ରଦେଶ ବିଧାୟକ ଥିଲେ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁଦେବ ।୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି ।୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବିଷ୍ଣୁଦେବ । ପୂର୍ବରୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ଓ ଛତିଶଗଡ଼ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *