Pratidin TV

Odisha's Digital News Platform

ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁ ଦେଓ ସାଏ…

1 min read

ଆଜି ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁ ଦେଓ ସାଏ । ଅପରାହ୍ନ ୪ଟାରେ ତାଙ୍କର ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରାୟପୁର ସାଇନସ କଲେଜ ଗ୍ରାଉଣ୍ଡରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରାୟପୁରରେ ଅନୁଷ୍ଠିତ ବିଜେପି ବିଧାନସଭା ବୈଠକରେ ପୂର୍ବତନ ଛତିଶଗଡ ସିଏମ ଏବଂ ବିଜେପି ନେତା ରମଣ ସିଂ ବିଷ୍ଣୁ ଦେଓ ସାଇଙ୍କ ଛତିଶଗଡର ପରବର୍ତ୍ତୀ ସିଏମ ଭାବେ ଘୋଷଣା କରିଥିଲେ । ବିଷ୍ଣୁଦେଓଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ଅମିତ ଶାହ, ଜେ.ପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *