Pratidin TV

Odisha's Digital News Platform

ପ୍ରକୃତିରେ ଭରା ଦେଉଳଝରି, ଉଷ୍ନ ପ୍ରସବଣ ସାଙ୍ଗକୁ ଅଛି ଅନେକ କିଛି ଥରେ ବୁଲିଆସନ୍ତୁ ଏହି ପର୍ଯ୍ୟଟନ ସ୍ଥଳି…

1 min read

ଆରମ୍ଭ ହୋଇଯାଇଛି ଶୀତ ଋତୁ । ଥଣ୍ଡା ଥଣ୍ଡା ପାଗରେ ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ ନୂଆ ନୂଆ ସ୍ଥାନ ପରିଦର୍ଶନ କରିବାର ମଜା ସତରେ ନିଆରା । ସେଥିପାଇଁ ସମସ୍ତେ ବୁଲା ବୁଲି କରିବା ପାଇଁ ଶୀତ ଦିନକୁ ଅପେକ୍ଷା କରିଥାନ୍ତି । ପର୍ଯ୍ୟଟକ ମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଅବା ବିଦେଶ ପରିଭ୍ରମଣ କରିଥାନ୍ତି । କିନ୍ତୁ ଆମ ରାଜ୍ୟ ଓଡିଶା ପକୃତିରେ ପରିପୂର୍ଣ୍ଣ । ଓଡିଶାରେ କିଛି ଏପରି ସ୍ଥାନ ରହିଛି ଯାହା ଖୁବ କମ ଲୋକେ ଜାଣିଥିବେ । ସେହିପରି ଓଡିଶାର ଏକ ପର୍ଯ୍ୟଟନ ସ୍ଥଳି ହେଉଛି ଦେଉଳ ଝରି । ଯାହା ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପର୍ଯ୍ୟଟନ ସ୍ଥଳିର ମୁଖ୍ୟ ଆକର୍ଷଣ ।

ପ୍ରାକୃତିକ ପରିବେଶ ଭିତରେ ଝରଣା ଆଉ ଗୁମ୍ଫା ଦେଉଳଝରି ପାହାଡର ଏକ ଅନନ୍ୟ ଆକର୍ଷଣ । ଯାହା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସହଠାରୁ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଜଙ୍ଗଲ ପାହାଡ ପର୍ବତ ଝରଣା ଏବଂ ପକ୍ଷୀଙ୍କର କାକଳି ବେଶ ମନଛୁଆଁ ଲାଗେ । ତେବେ ଏଠାକାର ଏକ ପାହାଡ ଉପରେ ଗୁମ୍ଫାଟିଏ ରହିଛି । ତାକୁ ଲୋକ ପ୍ରାଚୀନ କାଳରୁ ଦେଉଳ ବୋଲି କହିଥାନ୍ତି । ଆଉ ସେଇ ଦେଉଳରୁ ଯେଉଁ ଝରଣା ଝରେ ତାକୁ ଦେଉଳଝରି ବୋଲି କୁହାଯାଇଛି । ତା ସହିତ ଜଙ୍ଗଲ ପାହାଡ ପ୍ରକୃତିରେ ଭରା ଏହି ସ୍ଥାନଟି ଅତି ମନେଲାଭା ହୋଇଛି । ଥରେ ବୁଲି ଆସିଲେ ମନକୁ ଆତ୍ମସନ୍ତୋଷ ମିଳିଥାଏ ।

Advertisement

ଏହା ବ୍ୟତୀତ ଦେଉଳଝରିରେ ରହିଛି ଏକ ଶୈବପୀଠ । ଯାହା ବାବା ସିଦ୍ଧେଶ୍ୱର ନାମରେ ପ୍ରସିଦ୍ଧ । ୨୪ ହେକ୍ଟର କ୍ଷେତ୍ରଫଳରେ ପରିବ୍ୟାପ୍ତ କିଆବଣରେ ବାବା ସିଦ୍ଧେଶ୍ୱରଙ୍କ ମନ୍ଦିର । ଏଠାରେ ବିବା ସିଦ୍ଧେଶ୍ୱର ପୀଠ ସହିତ ଆଉ ଏକ ଆର୍କଷଣ ହେଉଛି ଉଷ୍ନ ପ୍ରଶବଣ । ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୧୯୩୬ ମସିହାରେ ରାଜା କିଶୋର ଚନ୍ଦ୍ର ଦେଓ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ତେବେ ଦେଉଳଝରିର ମୁଖ୍ୟ ଉଷ୍ନ ପ୍ରଷବଣଟି ବାବା ସିଦ୍ଧେଶ୍ୱରଙ୍କ ପାଖରୁ ହିଁ ବାହାରିଛି । ଏଠାରେ ପ୍ରାୟ ୮୪ଟି ଉଷ୍ନ ପ୍ରସବଣ ରହିଥିବାର ଜଣାଯାଏ । କିନ୍ତୁ ବର୍ତ୍ତମାନ ୨୪ଟି ଉଷ୍ନ ପ୍ରଷବଣ ଦେଖୀବାକୁ ମିଳେ । ସେଥିମଧ୍ୟରେ ଅଗ୍ନିକୁଣ୍ଡ, ତତ୍ତ୍ୱ କୁଣ୍ଡ, ହୀମକୁଣ୍ଡ, ଲବକୁଶ କୁଣ୍ଡ, ସୀତାକୁଣ୍ଡ ଆଦି ପ୍ରସିଦ୍ଧ । ଏହିସବୁ ଉଷ୍ନ ପ୍ରସବଣର ତାପମାତ୍ରା ୪୦ ଡିଗ୍ରୀ ରୁ ୬୨ଡିଗ୍ର ମଧ୍ୟରେ ରହିଥାଏ । ସବୁଠାରୁ ଆଶ୍ଚର୍ଯ୍ୟରେ କଥା ଯେ ଏଠି ଦୁଇଟି କୁଣ୍ଡ ପାଖାପାଖା ରହିଥାଏ । ଗୋଟିଏର ପାଣି ଅତ୍ୟଧିକ ଥଣ୍ଡା ରହିଥିବା ବେଳେ ଅନ୍ୟଟିର ପାଣି ଅତ୍ୟଧିକ ଗରମ ରହିଥାଏ । ଯାହାକି ଅତି ଚତ୍ମକାର ଅଟେ।

ଲୋକକଥା ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଚତୁର୍ଦଶ ବନବାସ ସମୟରେ ଏହି ସ୍ଥାନକୁ ଆସି ବାବା ସିଦ୍ଧେଶ୍ୱରଙ୍କୁ ପୂଜା କରିଥିଲେ । ଏହାବ୍ୟତୀତା ଏହି ସ୍ଥାନଟି ମହାପ୍ରଭୁ ଜଗନ୍ନାଥଙ୍କର ଏକ ଆଦିପୀଠ ଭାବରେ ଜଣାଶୁଣା । କିନ୍ତୁ ଏବେ ଏହା ଏକ ଶୈବପୀଠ ଣାବରେ ପ୍ରସିଦ୍ଧି ଲାଭ କରିଛି । ତେବେ ଏଠାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟନ ବୁଲିବା ପାଇଁ ବା ଭୋଜି ପାଇଁ ଆସିଥାନ୍ତି । ତେଣୁ ଆପଣମାନେ ମଧ୍ୟ ଥରେ ଏହି ପର୍ଯ୍ୟଟନ ସ୍ଥଳିକୁ ଆସି ଏହାର ପ୍ରାକୃତିକ ପରିବେଶର ମଜା ନିଅନ୍ତୁ ।

Leave a Reply

Your email address will not be published. Required fields are marked *