Pratidin TV

Odisha's Digital News Platform

କୁଆପଥର ମାଡରେ ଭାଙ୍ଗିଲା ଭିସ୍ତାରର ୱିଣ୍ଡସିଲ , ଭୁବନେଶ୍ୱରରେ କଲା ଜରୁରୀ ଅବତରଣ ।

ମଝି ଆକାଶରେ ଭାଙ୍ଗିଲା ଭିସ୍ତାର ବିମାନରର ୱିଣ୍ଡସିଲ । ଟେକ୍‌ଅପ୍‌ର ୧୦ ମିନିଟ୍ ପରେ ଜରୁରୀ ଅବତରଣ କଲା ଭିସ୍ତାର ବିମାନ । ଏନେଇ ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନୂଆଦିଲ୍ଲୀ ଅଭିମୁଖେ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି ।

ଆଜି ଅପରାହ୍ନ ୧ଟା ୪୫ ମିନିଟ୍ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଉକ୍ତ ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକ୍ଅପ୍ କରିବାର ୧୦ ମିନିଟ୍ ପରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା। ଯେଉଁଥିପାଇଁ ବିମାନର ୱିଣ୍ଡସିଲ୍ ଭାଙ୍ଗି ଯାଇଥିଲା। ଏହାସହ ବିମାନର ଆଗଭାଗ କ୍ଷତିଗସ୍ତ ମଧ୍ୟ ହୋଇଛି । ଯାତ୍ରମାନଙ୍କ ସୁରକ୍ଷା ପାଇଁ ପାଇଲଟ୍ ବିମାନକୁ ଆଗକୁ ନନେଇ ପୁଣି ବିମାନ ବନ୍ଦରକୁ ଫେରାଇ ଆଣିଥିଲା । ଯାହାଦ୍ୱାରା ଭିସ୍ତାର ଏମରଜିନ୍ସି ଲ୍ୟାଣ୍ଡିଂ କରିଥିଲା ।

ଅନ୍ୟପକ୍ଷରେ ଏୟାରପୋର୍ଟରେ ଅବତରଣ କରିଥିବା ଭିସ୍ତାରା ବିମାନକୁ ଯାଞ୍ଚ କରୁଛନ୍ତି ଟେକ୍ନିକାଲ୍ ଟିମ୍। ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Leave a Reply

Your email address will not be published. Required fields are marked *