Pratidin TV

Odisha's Digital News Platform

ଭିସୁଟ୍ କ୍ୟାମ୍ପସକୁ ଗାଡି ମନା : ଏଣିକି କ୍ୟାମ୍ପସକୁ ବାଇକ କି କାର ନେଇ ଯାଇପାରିବେନି ଛାତ୍ରଛାତ୍ରୀ …

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ କଲେଜକୁ ମନା ହେଲା ଗାଡି । ଏଣିକି ବାଇକ୍ କି କାର ନେଇ କ୍ୟାମ୍ପସକୁ ଯାଇପାରିବେନି ଛାତ୍ରଛାତ୍ରୀ । ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଯେଉଁଥିରେ କୁହାଯାଇଛି ଯେ ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଏହା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ ନାହିଁ । ଯଦି ଛାତ୍ରଛାତ୍ରୀ ମାନେ କଲେଜର ଏହି ନିୟମକୁ ନମାନ୍ତି ତେବେ ସେମାନଙ୍କୁ ଜୋରିମାନା ସହ ଦଣ୍ଡିତ କରାଯିବ । ଏଭଳି ବିଜ୍ଞପ୍ତି ଜାରି କରି ଦୁର୍ଘଟଣା ରୋକିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଭିସୁଟ୍ ର ଭିସି ବଂଶୀଧର ମାଝି ।

Leave a Reply

Your email address will not be published. Required fields are marked *