Pratidin TV

Odisha's Digital News Platform

ପଞ୍ଜାବର କଟ୍ରିନା କେଫ୍ ଉପରେ ଫିଦା ହେଲେ ବିକ୍କୀ କୌଶଲ , ଫଟୋ ସେୟାର କରି ଲେଖିଲେ ଏଭଳି କଥା…

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ହ୍ୟାଡ୍‌ସମ୍ ହଙ୍କ୍ ଭାବେ ଜଣାଶୁଣା ଅଭିନେତା ବିକ୍କୀ କୌଶଲ ଏବେ ନିଜର ଅପ୍‌କମିଙ୍ଗ୍ ଫିଲ୍ମ ‘ଗୋବିନ୍ଦା ନାମ ହେ ମେରା’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତେବେ ବଲିଉଡ୍‌ର ଆକ୍ସନ ଓ ଡ୍ରାମା କୁଇନ୍ କଟ୍ରିନାଙ୍କ ସହ ବିବାହ କଥା ସମସ୍ତଙ୍କୁ ଜଣା । ଏବେ ନୂଆ ଜୋଡିଟି ବଲିଉଡ୍‌ର ସବୁ କପୁଲଙ୍କୁ ପଛରେ ପକାଇଦେଇଛି । କିନ୍ତୁ ଏସବୁ ବାଦ୍ ଏବେ ସେକେଣ୍ଡ କଟ୍ରିନା ମଧ୍ୟ ଖୁବ୍ ଧମାଲ ସୃଷ୍ଟି କରିଛନ୍ତି ଇଣ୍ଡଷ୍ଟ୍ରିରେ । ସେ ଆଉକେହି ନୁହଁ ବରଂ ଆମ ସଭିଙ୍କ ପ୍ରିୟ ପଞ୍ଜାବୀ କୁଡି ତଥା ବିଗବସ୍ ଫେମ୍ ସେହନାଜ୍ ଗିଲ୍ । ବର୍ତ୍ତମାନ ଏହି ପଞ୍ଜାବୀ କ୍ୟାଟିନାଙ୍କ ସହ ବିକ୍କୀ କୌଶଲଙ୍କ ରୋମାଣ୍ଟିକ୍ ଫଟୋ ଗୁଡିକ୍ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

https://www.instagram.com/p/Cll_KQVonxt/?utm_source=ig_web_copy_link

କହିବାକୁ ଗଲେ ଏହା ପୂର୍ବରୁ ମଧ୍ୟ ବିକ୍କୀ ଏବଂ ସେହେନାଜ୍‌ଙ୍କୁ ଏକାସାଙ୍ଗରେ ଦେଖାଯାଇଥିଲା । ଏବେ ପୁଣି ଦୁହିଁଙ୍କ ଉପରେ ପଡିଛି ସବିଙ୍କ ନଜର । ଫଟୋରେ ଦୁହେଁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜ୍‌ରେ ନଜର ଆସୁଛନ୍ତି । ସୂଚନା ଅନୁ୍‌ଯାୟୀ ଏହି ଫଟୋଟି ସେହେନାଜ ୍‌ିଲଙ୍କ ଚେଟ୍ ଶୋ ‘ଦେଶୀ ଭାଇବ୍‌ସ ଉଇଥ୍ ସହେନାଜ୍ ଗିଲ୍‌’ ର । ଯେଉଁଠି ବିକ୍କୀ କୌଶଲ ନିଜ ଅପ୍‌କମିଙ୍ଗ ଫିଲ୍ମ ପ୍ରମୋଶନ ପାଇଁ ପହଞ୍ଚିଥିଲେ ।

Advertisement

ଏହି ସମୟର କିିଛି କିଉଟ୍ ରୋମାଣ୍ଟିକ୍ ଫଟୋକୁ ସେୟାର କରି ଏକ ରୋମାଣ୍ଟିକ୍ କ୍ୟାପ୍ସନ୍ ମଧ୍ୟ ଦେଇଛନ୍ତି । ସେହେନାଜ ଲେଖିଛନ୍ତି ଯେ ‘ ଆମେ ଜୀବନରେ ଖୁବ୍ କମ୍ ତାରକା ମାନଙ୍କ ସହ ଭେଟ ହୁଏ , ଯେଉଁମାନେ ଆମକୁ ଅନୁଭବ କରାନ୍ତିକି ଆମେବି ସେମାନଙ୍କ ଭିତରୁ ଜଣେ । ଆଉଁ ସେମାନଙ୍କୁ ବହୁତ୍ ଦିନ ପୂର୍ବରୁ ଜାଣିଛନ୍ତି । ଯେମିତିକି ତୁମେ ତାଙ୍କ ପରିବାରର ଜଣେ ସଦସ୍ୟ । ମତେ ଲାଗୁଛି କି ଏମିତି କହିବା ବ୍ୟକ୍ତି ହିଁ ଜଣେ ସତ ତାରକା । ତୁମକୁ ଜୀବନରେ ଖୁବ୍ ସଫଳତା ମିଳୁ ଆଉ ସର୍ବଦା ସ୍ୱାସ୍ଥବାନ ରୁହ । ତୁମ ଅଫ୍‌କମିଙ୍ଗ ଫିଲ୍ମ ପାଇଁ ଅଲ୍ ଦ ଭେରି ବେଷ୍ଟ ।
.

Leave a Reply

Your email address will not be published. Required fields are marked *