Pratidin TV

Odisha's Digital News Platform

ଖରାପ ସମୟରେ ପ୍ରକୃତ ବନ୍ଧୁ ସାଜିଥିଲେ ଅକ୍ଷୟ କୁମାର…ଡିପ୍ରେସନରୁ ବାହାର ହେବାରେ ସାହାଯ୍ୟ ପାଇଥିଲେ ବିବେକ

1 min read

ଅଭିନେତା ବିବେକ ଓବରୋଇ ପ୍ରାୟତଃ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡଲାଇନ୍ ରେ ଦେଖିବାକୁ ମିଳିଥାଏ | ବଲିଉଡରେ ତାଙ୍କର ଯାତ୍ରା ଅତ୍ୟନ୍ତ ଉତ୍ଥାନ ପତ୍ଥାନ ଦେଇ ଗତି କରିଛି । ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଷ୍ଟାରଙ୍କୁ ବଲିଉଡରେ ବୟକଟ ମଧ୍ୟ ହେବାକୁ ପଡିଥିଲା।ଅନେକ ଥର ବିବେକ ଓବରୋଇଙ୍କୁ ତାଙ୍କ ବକ୍ତବ୍ୟର ପରିଣାମ ଭୋଗିବାକୁ ପଡିଥିଲା, କିନ୍ତୁ ଆଜି ବି ସେ ନିଜର ବକ୍ତବ୍ୟ ପାଇଁ ପ୍ରସିଦ୍ଧ | ନିକଟରେ ଏକ ସାକ୍ଷାତକାର ସମୟରେ ନିଜର ଖରାପ ସମୟକୁ ମନେ ପକାଇ ଅଭିନେତା ଭାବପ୍ରବଣ ହୋଇଯାଇଥିଲେ | ସେ କହିଥିଲେ, ‘ସେହି ଦିନ ମୁଁ ଡିପ୍ରେସନ ଦେଇ ଗତି କରୁଥିଲି। ପ୍ରାୟ ସମସ୍ତ ଇଣ୍ଡଷ୍ଟ୍ରି ମୋତେ ବଏକଟ କରିଥିଲା। ଏଥି ସହିତ ସେ ସେହି କଷ୍ଟ ଦିନରେ ତାଙ୍କ ସାଥୀ ଥିବା ଅକ୍ଷୟ କୁମାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ବିବେକ ତାଙ୍କ କଥା ଜାରି ରଖି କହିଥିଲେ, ପୁରୁଣା ଦିନକୁ ମାନେ ପକାଇ ଭାବପ୍ରବଣ ହୋଇଯାଇଥିଲେ | ଆଉ ସେ କହିଥିଲେ ‘ଆଜି ମଧ୍ୟ ସେ ଦିନ ମୋର ମାନେ ଅଛି, ମୁଁ ଡିପ୍ରେସନ ରେ ଥିଲି | ପ୍ରାୟ ସମସ୍ତେ ମତେ ବୟକଟ କରୁଥିଲେ | କିନ୍ତୁ ସେହି ସମୟରେ ମତେ ଏକ କଲ ଆସିଥିଲା | ତାହା ଥିଲା ଅକ୍ଷୟ କୁମାରଙ୍କ କଲ | ‘

Advertisement

ଅକ୍ଷୟ କୁମାର ଫୋନ କରି କହିଥିଲେ ତମେ ଯାହା ଅନୁଭବ କରୁଛ ମୋ ସହ ସେଆର କର | ତେବେ କାରଣ ମୁଁ ଏବେ ସୁଟିଂ କାମରେ ବ୍ୟସ୍ତ ଅଛି | ତେଣୁ ମୁଁ ତମ ସହ ସାକ୍ଷତ କରିପାରିବି ନାହିଁ | କିନ୍ତୁ କେବେ ମଧ୍ୟ ମତେ କୌଣସି ପ୍ରକାର ଅଫର ଆସିବ, ମୁଁ ତାଙ୍କୁ ସେମାନଙ୍କୁ ତମ ପାଖକୁ ପଠାଇବି | ଏବଂ ବିଶ୍ୱାସ ରଖ ସବୁ କିଛି ଠିକ ହୋଇଯିବ | ଏହି କଥାରେ ଭାବପ୍ରବଣ ହୋଇ ବିବେକ କହିଥିଲେ ଯେ, ଆଜିର ସମୟରେ କିଏ କାହାର ସାହାଯ୍ୟ ତା ଦୂରର କଥା କିଏ କାହା କଥାପଚାରୁଛି | ହେଲେ ଅକ୍ଷୟ କୁମାର ସେତିକି କରି ତାଙ୍କର ବନ୍ଧୁତ୍ୱର ପରିଚୟ ଦେଇଥିଲେ | ସେ ହେଉଛନ୍ତି ପ୍ରକୃତ ବନ୍ଧୁ |

Leave a Reply

Your email address will not be published. Required fields are marked *