Pratidin TV

Odisha's Digital News Platform

ଭି.କେ ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ ; କ୍ୟାବିନେଟ୍ ପାହ୍ୟା ସହ 5T ଅଧ୍ୟକ୍ଷରେ ନିଯୁକ୍ତି….

1 min read

ଭୁବନେଶ୍ୱର ; ସୋମବାର ସ୍ୱେଚ୍ଛାକୃତି ଅବସର ପରେ ମଙ୍ଗଳବାର ଆଇଏଏସ୍  ଭିକେ ପାଣ୍ଡିଆନଙ୍କୁ ମିଳିଲା ବଡ ଦାୟିତ୍ୱ । ଆଜି କ୍ୟାବିନେଟ୍ ପାହ୍ୟା ସହ 5T ଅଧ୍ୟକ୍ଷ ଓ ନବୀନ ଓଡିଶାର ଚେୟାରମ୍ୟାନ ପଦରେ ନିଯୁକ୍ତି ହେଲେ ହେଲେ ପାଣ୍ଡିଆନ । ଏବେ ସିଧାସଳଖ ମୁଖ୍ୟ ମନ୍ତ୍ରିଙ୍କ ଅଧୀନରେ କାର୍ଯ୍ୟ କରିବେ । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *