Pratidin TV

Odisha's Digital News Platform

କେନ୍ଦୁଝରରେ ଭିକେ ପାଣ୍ଡିଆନ , କହିଲେ ଆଦିବସୀ ଭାଇ ଭଉଣୀ ମାନେ ନବୀନଙ୍କ ହୃଦୟରେ ଅଛନ୍ତି ..

1 min read

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଲେ ଭିକେ ପାଣ୍ଡିଆନ। ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ। ପ୍ରଚାର ବେଳେ ସେ ଆଦିବାସୀ ଭାଇଙ୍କ କଥା ଉଠାଇଛନ୍ତି। ସେ କହିଛନ୍ତି,ଆଦିବାସୀ ଭାଇଙ୍କ ଉପରୁ ୫୦ ହଜାର ପୋଲିସ କେସ୍ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜିଲ୍ଲାର ଆଦିବାସୀଙ୍କ ପରି ଏ ଜିଲ୍ଲାର ଆଦିବସୀ ଭାଇଭଉଣୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ବହୁତ ଭଲ ସ୍ଥାନରେ ଅଛନ୍ତି । ସେମାନଙ୍କ ବିକାଶ ତଥା ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ନବୀନ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ସୁବିଧା ମଧ୍ୟ କରିଛନ୍ତି, ଯାହା ଆମ ଦେଶର କୌଣସି ରାଜ୍ୟରେ ସେଠିକାର ସରକାର କରିନାହାଁନ୍ତି । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ନୀବନ ସରକାର ଏସଡିସି ଗଠନ କରିଛନ୍ତି । ତେଣୁ ଏଥର ମଧ୍ୟ ତାଙ୍କୁ ଆଶୀର୍ବାଦ କରି ପୁଣି ମୁଖ୍ୟମନ୍ତ୍ରୀ କରିବାକୁ କେନ୍ଦୁଝରବାସୀଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।

ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ୧୦ ବର୍ଷ ତଳେ ବିଜେପି କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି। କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।

Advertisement

ଜୁନ ୯ ତାରିଖରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ହେବ। ବିଜେପି କହୁଛି ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ। ଏଭଳି କହି ବିଜେପିକୁ ଟାର୍ଗେଟ୍ କଲେ ପାଣ୍ଡିଆନ।

Leave a Reply

Your email address will not be published. Required fields are marked *