ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ଭଲ କାମ କରିବେ ବିରୋଧୀ ଦଳ କଣ୍ଟା ହୋଇ ରହିବ : ପାଣ୍ଡିଆନ
1 min readପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ପ୍ରଚାର କରିଛନ୍ତି ଭି.କେ. ପାଣ୍ଡିଆନ୍। ନୟାଗଡ଼ ସଭାରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ କହିଛନ୍ତି, ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ । ନୟାଗଡ଼ରେ ରେଳଲାଇନ ହୋଇଗଲା ବର୍ତ୍ତମାନ ଶିଳ୍ପସମୃଦ୍ଧ ହେବ । ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି । ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବି.ଏସ୍.କେ.ୱାଇରେ ସାମିଲ କରାଯିବ ।୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଙ୍ଗ ଲୋନ ପାଇଁ ସୁଧହାର କମ୍ ରହିବ । ଶିକ୍ଷାଋଣରେ ମଧ୍ୟ ସୁଧହାର କମ୍ ରହିବ । ନୂଆ-ଓ ସ୍କଲାରସିପ୍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପାଣ୍ଡିଆନ୍ । ଆଜି ପର୍ଯ୍ୟନ୍ତ ଏଭଳି ଉନ୍ନତି କୌଣସି ରାଜନୈତିକ ଦଳ କରିନାହାନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି ।
ନୟାଗଡ଼ର କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ । ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଆସନ୍ତା ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି ।ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ଜନସାଧାରଣ ମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରିବେ । ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ । ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି ପାଣ୍ଡିଆନ୍ । କାରଣ ଅଲଗା ଦଳର ପ୍ରାର୍ଥୀ ସାଂସଦ ହେଲେ ବିକାଶ ରଥ ଅଟକି ଯିବ । ବିରୋଧି ଦଳ କେବେହେଲେ ଓଡିଶାର ବିକାଶ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ ।