Pratidin TV

Odisha's Digital News Platform

ମାଗଣା ବିଦ୍ୟୁତ ଯୋଗାଇଦେବାକୁ କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି : ଭିକେ ପାଣ୍ଡିଆନ

1 min read

ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ନିର୍ବାଚନ ମଣ୍ଡଳୀରେ ରୋଚକ ହେବାରେ ଲାଗିଛି ଲଢ଼େଇ । ପ୍ରଚାର ମୈଦାନରେ ବଳ କଷୁଛନ୍ତି ସମସ୍ତ ପ୍ରାର୍ଥୀ । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ରାଲି ଓ ସଭାର ଆୟୋଜନ କରିଛନ୍ତି । ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ତଥା 5t ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଜନସଭାକୁ ସମ୍ବୋଧିତ ବିରୋଧିଦଳକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି କିଛି ଲୋକ ବାହାରୁ ପର୍ଯ୍ୟଟକ ଭଳି ଆସିବେ, କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦେଖା ମିଳିବନି । ବିଜେପି ମାଗଣା ବିଜୁଳି ଦେବାକୁ କହୁଛି । କିନ୍ତୁ ଏଥିପାଇଁ ଲୋକ ପ୍ରଥମେ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବେ । ସୋଲାର ପ୍ୟାନେଲ ଜରିଆରେ ସୂର୍ଯ୍ୟ କିରଣରୁ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି କହୁଛନ୍ତି । ଏମାନେ ଦିନରେ ଲଣ୍ଠନ ଦେଖାଉଛି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ସାଥୀରେ ଛିଡା ହେବେ । ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଆପଣଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥଗ୍ରହଣ କରିବେ । ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୁଳି ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ ।

Advertisement

Leave a Reply

Your email address will not be published. Required fields are marked *