Pratidin TV

Odisha's Digital News Platform

ସମଲେଶ୍ଵରୀ ମନ୍ଦିର ପରିଦର୍ଶନ କଲେ ରାଜ୍ୟ 5ଟି ଅଧ୍ୟକ୍ଷ , ଜାନୁଆରୀ ମାସରୁ ମନ୍ଦିରକୁ ନୁଆଁ ରୂପରେ ଦେଖିବେ ଭକ୍ତ….

1 min read

ସମ୍ବଲପୁର ; ଆସନ୍ତା ନୂଆବର୍ଷ ଜାନୁଆରୀ ମାସ ଠାରୁ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ନୁଆଁ ରୂପରେ ଦେଖିବେ ଭକ୍ତ l ଏଥିପାଇଁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ସମଲେଇ ଯୋଜନାର କାର୍ଯ୍ୟ ଜାରି ରହିଛି l ଆଜି ନିଜେ ରାଜ୍ୟ 5ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ସକାଳୁ ସମଲେଶ୍ୱରୀ ମନ୍ଦିରକୁ ଆସି ଏହି କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏହାର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି l

ରାଜ୍ୟ ସରକାରଙ୍କ ଅନ୍ୟତମ ପ୍ରମୁଖ ଓ ବହୁ ପ୍ରତିକ୍ଷିତ ମାଁ ସମଲେଶ୍ଵରୀଙ୍କ ପୀଠର ବିକାଶ ପାଇଁ ହେଉଥିବା ସମଲେଇ ଯୋଜନା ର ବର୍ତ୍ତମାନ ଚାଳୁଥିବା କାର୍ଯ୍ୟର ସ୍ଥିତି ଓ ଅଗ୍ରଗତିର ତଦାରଖ ତଥା ସମୀକ୍ଷା କରିବା ପାଇଁ ଆଜି ସମ୍ବଲପୁରକୁ 5ଟି ତଥା ଆମ ଓଡ଼ିଶା ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରିଛନ୍ତି l ଗତକାଲି ରାତି ଠାରୁ ସେ ସମ୍ବଲପୁର ଗସ୍ତରେ ଆସିବା ସହ ସମ୍ବଲପୁରରେ ରାତ୍ରୀ ଯାପନ କରି ଆଜି ଭୋରରୁ ମାଁ ସମଲେଶ୍ବରୀ ମନ୍ଦିର କୁ ଆସି ସମଲେଶ୍ୱରୀ ଙ୍କ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ର କ୍ଷେତ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ସେ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ ର ବିଭିନ୍ନ କାର୍ଯ୍ୟ ଯଥା ଐତିହାସିକ ପୋଖରୀ ର ଡିଜାଇନ, ଧାଡି ପରିଚାଳନା ବ୍ୟବସ୍ଥା, ଇନ୍ଫରମେଶନ ସେଣ୍ଟର, ଭେଣ୍ଡିଙ୍ଗ ଜୋନ, ରିଭର ଫ୍ରଣ୍ଟ,ୱାଚ ଟାୱାର, ଚଲାପଥ ଅଞ୍ଚଳକୁ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥା, OBCC ର ଅଧିକାରୀ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ଙ୍କ ସହ ସମୀକ୍ଷା କରିଛନ୍ତି l

Advertisement

ତେବେ ଆସନ୍ତା ନବ ବର୍ଷରେ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆଁ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ସମ୍ବଲପୁର ଆରଡିସି ଡ଼ ସୁରେଶ ଚନ୍ଦ୍ର ଦଳେଇ ,ଜିଲ୍ଲାପାଳ ଅନନ୍ୟା ଦାସ , ପୋଲିସ ଆଇଜି ଦୀପକ କୁମାର ,ଏସପି ମୁକେଶ ଭାମୁ ଓ ଅନ୍ୟ ଜିଲ୍ଲା ପ୍ରଶାସନ ର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *