Pratidin TV

Odisha's Digital News Platform

ପୁଣି ପ୍ରେମରେ ପଡିଲେ ରୁଷ ରାଷ୍ଟ୍ରପତି , ନିଜଠାରୁ ୩୨ ବର୍ଷ ସାନ ଝିଅକୁ ଦେଇଦଲେ ମନ..

ଏଇ ଏବେ ଏବେ ସରିଛି ପ୍ରେମ ରୁତୁ । ଆଉ ସେହି ପ୍ରେମ ରୁତୁରେ ପୁଣି ଥରେ ପ୍ରେମରେ ପଡିଯାଇଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ୭୧ ବର୍ଷରେ ପୁଣି ଥରେ ପ୍ରେମ ହୋଇଯାଇଛି ପୁଟିନଙ୍କୁ । ଯାହା ଏବେ ସାରା ବିଶ୍ୱର ଚର୍ଚ୍ଚା ହେଉଛି । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଜନେତା ଭ୍ଲାଦମିର ପୁଟିନ୍ ନିଜର ଣନୀତି ପାଇଁ ବେଶ ଚର୍ଚ୍ଚିତ । ହେଲେ ପୁଟିନଙ୍କ ରୋମାନ୍ସ କାହଣୀ ସବୁବେଲେ ହେଡଲାଇନରେ ରୁହେ । ପରିଣତ ବୟସରେ ପୁଟିନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଗୋଟିଏ ପଟେ ରୁଷ ୟୁକ୍ରେନର ଯୁଦ୍ଧ ଦେଶର ଅର୍ଥନୀତିକୁ ଦୁର୍ବଳ କରିପକାଉଥିବା ବେଳେ ରାଷ୍ଟ୍ରପତି ପୁଟିନଙ୍କ ପ୍ରେମ କାହାଣୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରେ ।

ଏବେ ପୁଟିନ ଲଣ୍ଡନରେ ପଢୁଥିବା ଏକ ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଥିବା କୁହାଯାଉଛି । ଏହି ମହିଳା ଇଣ୍ଟରନେଟରେ ପୁଟିନଙ୍କ ସମ୍ବନ୍ଧୀୟ ଜିନିଷ ସେୟାର କରୁଛନ୍ତି । ବଡ କଥା ହେଉଛି ଏହି ମହିଳା ପୁଟିନଙ୍କ ଠାରୁ ୩୨ ବର୍ଷ ସାନ । ତାଙ୍କ ନାମ ଏକାଟେରିନା କାଟିଆ ମିଜୁଲିନା । ସେ ଋଷ ନିରାପଦ ଇଣ୍ଟରନେଟ୍ ଲିଗର ମୁଖ୍ୟ ଅଟନ୍ତି । ସେ ଜଣେ ପୁଟିନ ସମର୍ଥକ ତଥା ୟୁକ୍ରେନ ବିରୋଧୀ ସିନେଟରଙ୍କ ଝିଅ । ସୂଚନାନୁସାରେ, ପୁଟିନ ଏବଂ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଲିନା କାବାଭା ଏକ ସଂପର୍କରେ ଅଛନ୍ତି ବୋଲି ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି । ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କର ମଧ୍ୟ ଦୁଇରୁ ତିନି ପିଲା ଅଛନ୍ତି ଏବଂ ପୁଟିନଙ୍କ ମାଲିକାନାରେ ଥିବା ଏକ ମହଲରେ ରୁହନ୍ତି । ତେବେ ପୁଟିନଙ୍କ ନୂଆ ସମ୍ପର୍କର ଖବର ଋଷର ସୋସିଆଲ ମିଡିଆରେ ମଧ୍ୟ ପ୍ରସାରିତ ହେଉଛି ।

କାଟିଆ ସିନେଟର ଏଲିନା ମିଜୁଲିନାଙ୍କ ଝିଅ । ‘କ୍ୟାଟିୟା ମିଜୁଲିନା ପୁଟିନଙ୍କ ପସନ୍ଦ । ସେ ସର୍ବଦା ଏହି ‘ବାର୍ବୀ’କୁ ପସନ୍ଦ କରନ୍ତି । ପୁଟିନଙ୍କୁ ୭୧ ବର୍ଷ ଏବଂ କାଟିଆ ୩୯ ବର୍ଷ ବୟସ । ସେ ପୁଟିନଙ୍କ ଦୀର୍ଘ ଦିନର ସାଥୀ ଆଲିନା କାବାଭାଙ୍କ ପରି ପାରମ୍ପାରିକ ମୂଲ୍ୟବୋଧ ସପକ୍ଷରେ ଅଛନ୍ତି । ୟୁକ୍ରେନ ଗଣମାଧ୍ୟମ ଅନୁଯାୟୀ, ଋଷର ସୂତ୍ରରୁ ପ୍ରକାଶ ଯେ ଏକେଟେରିନା କ୍ୟାଟିୟା ମିଜୁଲିନାଙ୍କ ରୂପ ପୁଟିନଙ୍କୁ ଆକର୍ଷିତ କରିଥାଏ । କ୍ୟାଟି ୨୦୦୪ ମସିହାରେ ଲଣ୍ଡନ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ୍ ଏବଂ ଆଫ୍ରିକୀୟ ଷ୍ଟଡିଜ୍ ରୁ ସ୍ନାତକ ହାସଲ କରିଥିଲେ । ତାଙ୍କର କଳା, ଇତିହାସ ଏବଂ ଇଣ୍ଡୋନେସିଆ ଭାଷାରେ ଡିଗ୍ରୀ ରହିଛି ।

Leave a Reply

Your email address will not be published. Required fields are marked *