ରାହୁଲର ସ୍ୱର ଶୁଣେଇବ ଭିଏଲସି କ୍ୟାମେରା: ହାଇଟେକ୍ ଟେକ୍ନୋଲୋଜି ବ୍ୟବହାର କରୁଛି ଉଦ୍ଧାରକାରୀ ଦଳ
1 min readନୂଆଦିଲ୍ଳୀ: ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ । ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି । ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି । ଏବେ ରାହୁଲ ପାଖରେ ପହଂଚିବା ସହଜ ହୋଇଯିବ । ରାହୁଲ ସହ ଯୋଗାଯୋଗ କରିବା ଓ ତାଙ୍କର ଶବ୍ଧ ଶୁଣିବା ଏବେ ହେବ ଅତି ସହଜରେ । କାରଣ ଏଥିପାଇଁ ଆସିଛି ହାଇପ୍ରୋଫାଇଲ କ୍ୟାମେରା । ଏହି ଭିଏଲସି କ୍ୟାମେରାର ସକ୍ଷମତା ରହିଛି କି ସେ ପଥର ଚିରି ଶବ୍ଧ ବାହାର କରିପାରେ ।
ତେବେ ଭିଏଲସି ହେଉଛି ଭିକ୍ଟିମ୍ ଲୋକେସନ କ୍ୟାମେରା । ଏହି କ୍ୟାମେରାରେ ଶ୍ୱରକୁ ଶୁଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବ । ଏହି କ୍ୟାମେରା ଦ୍ୱାରା ଏନଡିଆରଏଫ୍ ଟିମ୍ ପହଂଚିବେ ରାହୁଲ ପାଖରେ । ପଥର ସେପଟେ ରହିଥିବା ରହୁଲ ର ମୁମେଂଟ କୁ ଅତି ଭଲ ଭାବରେ ଟ୍ରାକ୍ କରିପାରିବେ । ଏନେଇ ଛତିଶଗଡ ସିଏମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଛତିଶଗଡ଼ ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ବୋର୍ୱେଲ୍ ଭିତରେ ଖସିପଡ଼ିଥିବା ଶିଶୁ ରାହୁଲକୁ ଉଦ୍ଧାର କରିବା ପାଇଁ ୯୦ ଘଣ୍ଟା ଧରି ରେସ୍କ୍ୟୁ ଅପରେଶନ୍ ଜାରି ରହିଛି ରବୋଟିକ୍ସ ଟିମ୍କୁ ସଫଳତା ନମିଳିବା ପରେ ଡ୍ରିଲିଂ ମେସିନ୍ ସାହାଯ୍ୟରେ ଖୋଳା ଜାରି ରହିଛି । ପାଖାପାଖି ୨୦ ଫୁଟ୍ ଟନେଲ୍ ଖୋଳା ଯାଇଥିବା ବେଳେ ପଥର ପଡ଼ିବା କାରଣରୁ ରେସ୍କ୍ୟୁ କାର୍ୟ୍ୟ ବିଳମ୍ୱ ହେବାରେ ଲାଗିଛି । ବୋରୱେଲ୍ ଗାତର ଖୁବ୍ ପାଖରେ ପହଞ୍ଚିଥିବାରୁ ହାତରେ ଖୋଳା କାର୍ୟ୍ୟ କରାଯାଉଛି । ଶିଶୁ ଭିତରେ ହଲ୍ଚଲ୍ ହେଉଥିବାରୁ ଯବାନ ମାନେ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି । କିଛି ଘଣ୍ଟା ପରେ ରାହୁଲ୍କୁ ବାହାର କରାଯିବାନେଇ ଆଶା କରାଯାଉଛି ।