Pratidin TV

Odisha's Digital News Platform

ଆଇସଲ୍ୟାଣ୍ଡରେ ଭୟଙ୍କର ଲାଭା ଉଦ୍ଗିରଣ , ଜରୁକାଳିନ ପରିସ୍ଥିତି ଜାରୀ ..

1 min read

ଆଇସଲ୍ୟାଣ୍ଡର ରେଜେନ୍ସ ଉପଦ୍ୱୀପରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ । ଯାହାଫଳରେ ଦକ୍ଷିଣ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପବନରେ ଉଡିବାକୁ ଲାଗିଛି ନାଲି ଲାଭା । ତେବେ ଗତ ଡିସେମ୍ବର ପରଠାରୁ ରେଜେନ୍ସ ଉପଦ୍ୱୀପରେ ଏହା ହେଉଛି ଚତୁର୍ଥଥର ଆଗ୍ନେୟଗିରି ବିସ୍ଫୋରଣ ।

ଏହି ବିସ୍ଫୋରଣ ଯୋଗୁଁ ବିପୁଳ ପରିମାଣରେ ଧୁଆଁ ଓ ଲାଭା ସୃଷ୍ଟି ହୋଇଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି । ତେବେ ଆଇସଲାଣ୍ଡର କେଫାଲଭିକ ସମେତ ଅନ୍ୟ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି ।

Advertisement

Leave a Reply

Your email address will not be published. Required fields are marked *