Pratidin TV

Odisha's Digital News Platform

ଅସହାୟ ଝିଅର କନ୍ୟାଦାନ କଲା ସ୍ବେଛାସେବୀ ସଂଗଠନ ।

1 min read

ପାରାଦ୍ୱୀପ ; ସମ୍ପର୍କ ସ୍ବେଚ୍ଛାସେବୀ ସଂଗଠନ ଏକ ନିଆରା ପ୍ରୟାସ, ପାରାଦ୍ଵୀପ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଗରିବ ଓ ଅସହାୟ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ସହଯୋଗ କରିବା ସହିତ ଆଦର୍ଶ ବିବାହ କରାଇବାରେ ସଂଗଠନ ନିଆରା ପ୍ରୟାସ ଆରମ୍ଭ କରିଛି। ପାରାଦ୍ଵୀପ ଉପକଣ୍ଠ ନିମିଢି ଗ୍ରାମରେ ଥିବା ମା ନାରାୟଣୀ ମନ୍ଦିର ରେ ଜଣେ ଅସହାୟ ଝିଅ କୁ ବୈଦିକ ରୀତି ନିତୀ ରେ ବିବାହ କରାଇଛି ସମ୍ପର୍କ ସ୍ବେଚ୍ଛାସେବୀ ସଂଗଠନ।

ଝିଅଟିର ବାପା ଙ୍କର ମୃତ୍ୟୁ ହୋଇଥିବା ବେଳେ, ଭାଇ ମଧ୍ୟ ନାହାଁନ୍ତି। ଯୌତୁକ ଦେବାକୁ ସକ୍ଷମ ନଥିବାରୁ ବିଭିନ୍ନ ସ୍ଥାନରୁ ଆସୁଥିବା ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା। ଏହି ଖବର ସଂଗଠନ ନିକଟରେ ପହଞ୍ଚିବା ପରେ , ସଂଗଠନ ର ସଦସ୍ୟମାନେ ତାଙ୍କର ବିବାହ କରାଇବାରେ ସହଯୋଗ କରିଥିଲେ।

Advertisement

ବାଜା ବଜାଇ ପୁଅ ଘର ପକ୍ଷରୁ ବର ଓ ବରଯାତ୍ରୀ ଆସି ମନ୍ଦିର ରେ ପହଞ୍ଚିବା ପରେ ବାହାଘର ଆରମ୍ଭ ହୋଇଥିଲା ଏବଂ ବରଯାତ୍ରୀ ମାନଙ୍କ ପାଇଁ ଖାଦ୍ୟ ପେୟ ର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ଉଭୟଙ୍କର ରେଜେଷ୍ଟ୍ରି ମ୍ୟାରେଜ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସଂଗଠନ ର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

Leave a Reply

Your email address will not be published. Required fields are marked *