Pratidin TV

Odisha's Digital News Platform

ଭୋଟର କାର୍ଡ ବଣ୍ଟନରେ ପୋଷ୍ଟାଲ କତୃପକ୍ଷଙ୍କ ବ୍ୟାପକ ଅନିୟମିତତା …

1 min read

ନାଗରିକଙ୍କ ଭୋଟର କାର୍ଡ ବଣ୍ଟନରେ ପୋଷ୍ଟାଲ କତୃପକ୍ଷ ଙ୍କ ବ୍ୟାପକ ଅନିୟମିତତା । ଏ ସମ୍ପର୍କରେ ପଚାରିବାରୁ ନା କିଛି ଶୁଣିବାକୁ ପ୍ରସ୍ତୁତ ନା କିଛି କହିବାକୁ ପ୍ରସ୍ତୁତ ଏ ପୋଷ୍ଟ ମାଷ୍ଟର ଜଣକ । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ସୂଚନା ମୁତାବକ, କଟକ ମହାନଗର ନିଗମ ୫୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋପାଳପୁର ରୁ ଆସିଛି ଏହିଭଳି କିଛି ଅଭିଯୋଗ । ହିତାଧିକାରୀଙ୍କ ଭୋଟର କାର୍ଡ ପୋଷ୍ଟାଲ ଯୋଗେ ସିଧାସଳଖ ପହଞ୍ଚାଇବା ର ନିୟମ ଥିବାବେଳେ ପୋଷ୍ଟ ଅଫିସ କତୃପକ୍ଷ କିନ୍ତୁ ଏହାର ଖୁଲମଖୁଲା ଉଲଂଘନ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । କଟକ ସହରର ୫୭ନମ୍ବର ୱାର୍ଡ ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ପ୍ରାୟ ଦେଢ଼ ରୁ ଦୁଇ ହଜାର ଲୋକ ତାଙ୍କ ଭୋଟ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର ପ୍ରଦୀପ ବେହେରା ।

ଯଦି ଏଥିପାଇଁ ସାଧାରଣ ଲୋକେ ଭୋଟ ଦେବାରୁ ବଞ୍ଚିତ ହେବେ ତେବେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ଏ ଘଟଣା ଉପରେ ପୋଷ୍ଟ ମାଷ୍ଟର ଙ୍କୁ ପଚାରିବାରୁ ସେ କିଛି ନ ବୁଝି ଚିହିଁକି ଉଠି କହିଛନ୍ତି ପ୍ରଥମେ ବାହାରକୁ ଯାଅ । କେବଳ ସେତିକି ନୁହେଁ ଭିତରୁ କବାଟ ମଧ୍ୟ କିଳୀ ଦେଉଛନ୍ତି ପୋଷ୍ଟ ମାଷ୍ଟର ଜଣକ । ତେବେ ଏସବୁ ଭିତରେ ସାଧାରଣ ନାଗରିକ ତାଙ୍କ ମତାଧିକାର ରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ପୋଷ୍ଟାଲ କତୃପକ୍ଷ ଙ୍କ ଏହି ଖାମଖିଆଲି ମନୋଭାବ ପାଇଁ ମାସ ମାସ ଧରି ଦୌଡ଼ିବା ପରେ ମଧ୍ୟ କାର୍ଡ ମିଳୁନି । ଯାହାର ତୁରନ୍ତ ସମାଧାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *