Pratidin TV

Odisha's Digital News Platform

ହେଭିୱେଟ ନେତାଙ୍କ ଟକ୍କର…ନିଜ ନେତା ବାଛିବେ ଭୋଟର

1 min read

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ ୮୫ ହଜାର ବୁଥ୍ ହୋଇଛି । ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ | ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ ଚାଲିଛି ।

ତେବେ ଆଜିର ତୃତୀୟ ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ରହିଛନ୍ତି ବହୁ ହେଭିୱେଟ ପାର୍ଥୀ ଲଢ଼ୁଛନ୍ତି | ହେଭିୱେଟଙ୍କ ମଧ୍ୟରେ ଗୁଜରାଟ ଗାନ୍ଧିନଗରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପୋରବନ୍ଦରରେ ମନସୁଖ ମାଣ୍ଡଭୀୟ, ମଧ୍ୟପ୍ରଦେଶର ଗୁନାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧରୱାଡରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର | ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ପଶ୍ଚିମବଙ୍ଗର ବହରମପୁରରୁ କଂଗ୍ରେସ ହେଭିୱେଟ ଅଧୀର ରଞ୍ଜନ ଚୌଧୁରୀ ଭାଗ୍ୟ ପରୀକ୍ଷା କରାଇବେ |

Advertisement

ଲୋକସଭା ଆସନରେ ଡିମ୍ପଲ୍ ଯାଦବ, ସୁପ୍ରିୟା ସୁଲେ, ଡିଜିଭି ସିଂଙ୍କ ହେଉଛି ଭୋଟିଂ | ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି କ୍ରିକେଟରରୁ ରାଜନେତା ୟୁସୁଫ ପଠାନ୍। ମଧ୍ୟପ୍ରଦେଶର ରାଜଗଡ଼ରୁ ଦିଗବିଜୟ ସିଂ, ମହାରାଷ୍ଟ୍ରର ବାରାମତୀରୁ ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମୈଦାନକୁ ଓହ୍ଲାଇଛନ୍ତି। ସୁପ୍ରିୟା ସୁଲେଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଅଜିତ ପାୱାରଙ୍କ ପତ୍ନୀ ତଥା ସୁପ୍ରିୟାଙ୍କ ଭାଉଜ ସୁନେତ୍ର ପାୱାର।

ତେବେ ଆଜି ସକାଳୁ ନିଜ ମତାଧିକାର ସାବସ୍ଥ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏବଂ ତାଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶହ ମଧ୍ୟ ଭୋଟ ଦେଇଛନ୍ତି | ମୋଦି ଅହମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାରାନପୁରା ଅଞ୍ଚଳର ଏକ ବୁଥରେ ଭୋଟ୍ ଦେବେ । ଏଥିପାଇଁ ଉଭୟ ଶୀର୍ଷ ନେତା ଗୁଜରାଟରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *